ଇନଷ୍ଟାଗ୍ରାମ ପ୍ରେମରୁ ବିଭତ୍ସ ହତ୍ୟା । ତ୍ରିକୋଣୀୟ ପ୍ରେମକାହାଣୀରେ ସାଙ୍ଗ ସାଜିଲା ଶତ୍ରୁ, ୨୨ବର୍ଷୀୟ ଯୁବକୁ ୫୦ ଥର ଛୁରିଭୁଷି ହତ୍ୟା କଲେ ୩ ସାଙ୍ଗ

649

କନକ ବ୍ୟୁରୋ : କାହାଣୀ ଆରମ୍ଭ ହୋଇଥିଲା ଇନଷ୍ଟାଗ୍ରାମରୁ ସରିଲା ବିଭତ୍ସ ହତ୍ୟାରେ । ତ୍ରିକୋଣୀୟ ପ୍ରେମ କାହାଣୀର ଭୟଙ୍କର ରୂପ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ରାଜରାସ୍ତାରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡ ଶବ । ଗୋଲକପୁରୀ ଅଂଚଳର ବିଭତ୍ସ ହତ୍ୟାଘଟଣାକୁ ନେଇ ସବୁଠି ଏବେ ଚର୍ଚ୍ଚା ।

ଇମରାନ ଗୋଲକପୁରୀର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ନିକଟରେ ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ସହ ପ୍ରଥମେ ତାଙ୍କର ବନ୍ଧୁତା ହୁଲ । ପରେ ପରସ୍ପରର ପ୍ରେମରେ ପଡିଥିଲେ  । ଦିନେ ଇମ୍ରାନଙ୍କ ସାଙ୍ଗ ଅରମାନ ଜାଣିବାକୁ ପାଇଥିଲା ସମ୍ପୃକ୍ତ ଯୁବତୀ ହେଉଛନ୍ତି ତାଙ୍କର ପୂର୍ବତନ ପ୍ରେମିକା । ବାସ ଏହା ପରଠୁ ସାଙ୍ଗଙ୍କୁ ଶତ୍ରୁ ଭାବେ ଦେଖିବା ଆରମ୍ଭ କରିଥିଲା ଅରମାନ । କେମିତି ଇମ୍ରାନଙ୍କୁ ରାସ୍ତାରୁ ହଟାଇବ ଏନେଇ ହତ୍ୟା ଷଡଯନ୍ତ୍ର ରଚିଥିଲା । ଅନ୍ୟ ଦୁଇ ସାଙ୍ଗ ଫୈସଲ ଓ ସମୀର ସହ ମିଶି ଇମ୍ରାନଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ଅରମାନ । ଯୋଜନା ମୁତାବକ ୨୭ ଡିସେମ୍ବରରେ ୩ ଅଭିଯୁକ୍ତ ଷଡ଼ଯନ୍ତ୍ର କରି ଇମ୍ରାନଙ୍କୁ ଭେଟିବାକୁ ଡାକିଥଲେ । ନିଛାଟିଆ ସ୍ଥାନରେ ଇମ୍ରାନଙ୍କୁ ଏକାଠି ପାଇ ୩ ଅଭିଯୁକ୍ତ ତାଙ୍କୁ ୫୦ ଥର ଛୁରି ଭୁଷି ହତ୍ୟା କରିଥିଲେ । ପରେ ଇମ୍ରାନଙ୍କ ଫୋନ ନେଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିବା ପୁଲିସ ସୂଚନା ଦେଇଛି ।

ଗୋଲକପୁରୀ ରାସ୍ତାରେ ଇମ୍ରାନଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର ହୋଇଛି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ୨୪ଘଂଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ଅରମାମନ ଖାନ, ଫୈସଲ ଓ ସମୀର । ଜେରା ସମୟରେ ଅଭିଯୁକ୍ତ ଦୋଷ ସ୍ୱିକାର ସହ ହତ୍ୟା ଷଡଯନ୍ତ୍ରକୁ ନେଇ ମୁହଁ ଖୋଲିଛନ୍ତି ।