ଦଳିତ ପରିବାର ଗହଣରେ ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟା କଂଧରପୁର ଦଳିତ ବସ୍ତିରେ ପହଁଚି ହିତାଧିକାରୀଙ୍କ ଘରେ ପିଇଲେ ଚା’

103

କନକ ବ୍ୟୁରୋ : ଦଳିତ ପରିବାରର ଅତିଥୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଶନିବାର ଅଯୋଧ୍ୟାରେ ପହଁଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୋଦୀ ଧନୀରାମ ମାନଝୀଙ୍କ ଘରେ ପହଁଚିଥିଲେ । ହଠାତ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଦେଖି ପରିବାର ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା ସେତିକି ଖୁସି ମଧ୍ୟ । ଧନୀରାମଙ୍କ ବୋହୁଙ୍କ ହାତ ତିଆରି ଚା ପିଇବା ସହ ପରିବାର ସହ ଏକାଠି କିଛି ସମୟ ପାଇଁ କଥାବାର୍ତା ମଧ୍ୟ କରିଥିଲେ । ଉଜ୍ୱଳା ଗ୍ୟାସ ଓ ପିଏମ ଆବାସ ହିତାଧିକାରୀଭାବେ ତାଙ୍କଠୁ ହାଲଚାଲ ପଚାରିବୁଝିଥିଲେ । ଏପରିିକି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଦଳିତ ପରିବାରକୁ ନିଜେ ନିମନ୍ତ୍ରଣ ଦେଇଛନ୍ତି ମୋଦୀ । କଂଧରପୁର ଅଂଚଳରେ ହିଛି ଏହି ଦଳିତ ବସ୍ତି ।