ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ଶୁଳ୍କ । ମନ୍ଦିର କମିଟିର ପକ୍ଷରୁ କେତେ ଟଙ୍କା ଧାର୍ଯ୍ୟ ହୋଇଛି ଜାଣନ୍ତୁ…

395

କନକ ବ୍ୟୁରୋ : ଏଣିକି କେଦାରନାଥ ଓ ବଦ୍ରିନାଥ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ୩୦୦ଟଙ୍କା । ଘୋଷଣା କରିଛନ୍ତି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି । ବର୍ତ୍ତମାନ ଯେଉଁ ସୂଚନା ମିଳିଛି, ସେହି ସୂଚନା ଆଧାରରେ କେଦାରନାଥରେ ୧୦୦ କିଲୋଗ୍ରାମର ଏକ ତ୍ରିଶୁଳ ସ୍ଥାପନା କରାଯିବ । ଯାହାକୁ ନେଇ ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟକଲ୍ ବ୍ୟବସ୍ଥା କରାଯିବ ।
ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବା ବିକେଟିସି ପୂର୍ବରୁ ଦେଶର ୪ଟି ପ୍ରମୁଖ ମନ୍ଦିର ତିରୁପତି ବାଲାଜୀ, ଶ୍ରୀ ବୈଷ୍ଣୋ ଦେବୀ, ମହାକାଲେଶ୍ୱର ଓ ଶ୍ରୀ ସୋମନାଥ ମନ୍ଦିରରେ ପୂଜା ଓ ଦର୍ଶନ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ୪ଟି ଟିମ୍ ପଠାଯାଇଥିଲା । ଟିମର ରିପୋର୍ଟ ଅନୁସାରେ, ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବଦ୍ରିନାଥ ଓ କେଦାରନାଥ ଦର୍ଶନ ପାଇଁ ଆସୁଥିବା ସବୁପ୍ରକାର ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ପ୍ରତି ବ୍ୟକ୍ତିଙ୍କ ପାଇଁ ୩୦୦ଟଙ୍କା ଶୁଳ୍କ ନିର୍ଦ୍ଧାରିତ କରାଯାଇଛି ।