ମହାରାଷ୍ଟ୍ର ରାଜନୀତିରେ ୪ ଆକ୍ସନ୍ ସେଂଟର । ମୁମ୍ବାଇରେ ଉଦ୍ଧବ, ଗୌହାଟିରେ ଏକନାଥ ଶିନ୍ଦେ । ଦିଲ୍ଲୀରେ ବିଜେପିର ଗୋଟିଚାଳନା

226

କନକ ବ୍ୟୁରୋ: ମହାସଙ୍କଟରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମ୍ଭିଏ ସରକାର । ଶିବସେନାର ବିଦ୍ରୋହୀ ଗୁଜରାଟରୁ ବାହାରି ଗୌହାଟୀରେ ପହଂଚିଛନ୍ତି । ଗୌହାଟୀରେ ପହଂଚିବା ପରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ରହିଛି । ଗୌହ୍ୱାଟୀରେ ଥିବା ବିଧାୟକ ସହ ୫ ଜଣ ମନ୍ତ୍ରୀ ଥିବା କୁହାଯାଉଛି ।

ଯଦି ଏକନାଥ ସିନ୍ଦେ ୪୦ ବିଧାୟକଙ୍କ ସମର୍ଥନ ନିଜ ସପକ୍ଷରେ ନିଅନ୍ତି ତେବେ, ଉଦ୍ଧବ ଠାକରେଙ୍କ ସରକାର ପାଇଁ ବଡ଼ ଝଟ୍କା ହେବ । ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ସରକାରର ଯେକୌଣସି ମୁହୂର୍ତରେ ପତନ ଘଟିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଅସନ୍ତୁଷ୍ଟ ବିଧାୟକଙ୍କ ସହ ଡେରା ପକାଇଥିବା ଏକାନାଥଙ୍କୁ ମନାଇବା ପାଇଁ ଶିବସେନା ପକ୍ଷରୁ ପ୍ରୟାସ ଜାରି ରହିଛି । ଶିବସେନାର ଦୁଇ ବରିଷ୍ଠ ନେତା ମଧ୍ୟ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି । ବିଜେପି ସହ ମିଶି ସରକାର ଗଢିବା ପାଇଁ ସିନ୍ଦେଙ୍କ ଦାବି ଠାକରେଙ୍କୁ ଅଡୁଆରେ ପକାଇଛି । ବିଜେପି ସହ ମିଶି ସରକାର ଗଢିବାକୁ ଏକନାଥ ସିନ୍ଦେଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରତ୍ୟାଖାନ କରିଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଅତିବେଶୀରେ ସରକାର ଭାଙ୍ଗି ଯାଇପାରେ, କିନ୍ତୁ ଲଢେଇ ଜାରି ରହିବ ।

ଅନ୍ୟପଟେ ବିଜେପି ଦଳୀୟ ବିଧାୟକଙ୍କ ପାଇଁ ଫତୁଆ ଜାରି କରିଛି । ବିଧାୟକମାନେ ମୋବାଇଲ ଅନ ରଖିବା ସହ ୨୪ ଘଂଟା ନେଟୱର୍କ ଏରିଆ ଭିତରେ ରହିବାକୁ କଡା ନିର୍ଦ୍ଦେଶ ରହିଛି । ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି । ଯାହା ଉପରେ ସମସ୍ତଙ୍କ ନଜର ।