ପୋପଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମସ୍ଥଳୀ ଭାଟିକାନରେ ପୋପଙ୍କ ସହ ସାକ୍ଷାତ

157

କନକ ବ୍ୟୁରୋ : ଭାଟିକାନ ସିଟିରେ ଥିବା ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମସ୍ଥଳୀ ଭାଟିକାନରେ ପୋପଙ୍କ ସହ ସାକ୍ଷାତ କରିଛନ୍ତି ନବୀନ ପଟ୍ଟନାୟକ । ୧୩୨ କୋଟି ୨୯ ଲକ୍ଷ କ୍ୟାଖୋଲିକଙ୍କ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କୁ ଭେଟିବାର ଫଟୋ ଏବେ ଭାଇରାଲ ହେଉଛି । ଭାଟିକାନ ସିଟି ଦେଶର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପୋପ୍ ହେଉଛନ୍ତି ଅନ୍ୟତମ । ଏହି ପୋପଙ୍କ ନିର୍ଦ୍ଦେଶରେ ଖ୍ରୀଷ୍ଟିଆନମାନଙ୍କର ଧର୍ମୀୟ ନୀତି ଓ ନିୟମ ପ୍ରସ୍ତୁତ ହୋଇଥାଏ ।ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୋପ୍ ଫ୍ରାନସିସଙ୍କୁ ସାକ୍ଷାତ କରିଛନ୍ତି ।