୪ବର୍ଷ ପରେ ପାକିସ୍ତାନ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୨୦୧୯ରୁ ଚାଲିଯାଇଥିଲେ ଦୁବାଇ

83

କନକ ବ୍ୟୁରୋ : ୪ବର୍ଷ ପରେ ସ୍ୱଦେଶ ଫେରିଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଦୁବାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଇସଲାମାବାଦରେ ପହଁଚିବା ପରେ ସମର୍ଥକ ମାନେ ଜୋରଦାର ସ୍ୱାଗତ କରିଛନ୍ତି । ପରେ ଲାହୋରରେ ବିରାଟ ରାଲି କରିବା ସହିତ ନିଜ ସମର୍ଥକ ମାନଙ୍କୁ ସମ୍ବୋଧନ କରିଛନ୍ତି । ପାକିସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଙ୍କଟକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି । ଆସନ୍ତାବର୍ଷ ଜାନୁଆରୀରେ ପାକିସ୍ଥାନ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନରେ ନିଜ ଦଳ ପାକିସ୍ଥାନ ମୁସଲିମ୍ ଲିଗର ନେତୃତ୍ୱ ନେବା ସହିତ ପୁଣିଥରେ ନୱାଜ ସରିଫକୁ କ୍ଷମତାକୁ ଫେରିବାକୁ ଲକ୍ଷ ରଖିଥିବା ଚର୍ଚ୍ଚା ହେଉଛି । ୨୦୧୯ ମସିହାରେ କେତେକ ମାମଲାକୁ ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ଗିରଫ ଭୟରେ ପାକିସ୍ଥାନ ଛାଡିଥିଲେ ନୱାଜ ସରିଫ ।