ପୂଜା ବଜାରରେ ସରଗରମ ବଜାରଠୁ ପେଣ୍ଡାଲ । ବିଭିନ୍ନ ରାଜ୍ୟରେ ଭଳିକି ଭଳି ଆକର୍ଷଣୀୟ ପୂଜା ମଣ୍ଡପରେ ଶୋଭା ପାଉଛି ମା ଦୁର୍ଗାଙ୍କ ମୃଣ୍ମମୟୀ ମୂର୍ତ୍ତି

176

କନକ ବ୍ୟୁରୋ : ସାରା ଦେଶରେ ଦୁର୍ଗାପୂଜାର ମାହୋଲ । ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରେଟି । ନେତାଙ୍କଠୁ ନେଇ ବିଦେଶୀ ଅତିଥି । ସମସ୍ତଙ୍କ ମନରେ ମା ଦୁର୍ଗାଙ୍କ ପୁଜା ପାଇଁ ଭରି ରହିଛି ଆନନ୍ଦ, ଉତ୍ସାହ ଓ ଖୁସି । ଦେଶର ବିଭିନ୍ନ ରାଜ୍ୟରେ ଭଳିକି ଭଳି ଦୁର୍ଗା ପେଣ୍ଡାଲ ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ନିର୍ମର୍ିତ ପେଣ୍ଡାଲ ଦେଖଣାହାରୀଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହା ଭିତରେ କୋଲକାତାରେ ପହଁଚି ମା ଦୁର୍ଗାଙ୍କ ପୂଜା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେହିପରି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ପଶ୍ଚିମବଙ୍ଗରେ ପହଁଚି ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି । ସେପଟେ ବଲିଉଡ ଅଭିନେତ୍ରୀ କାଜୋଲ ମଧ୍ୟ ପରିବାର ସହ କୋଲକାତା ପୂଜା ପେଣ୍ଡାଲରେ ନଜର ଆସିଛନ୍ତି ।