ପୋଷା କୁକୁର, ସାଂସଦ ଓ ଆଇନଜୀବୀଙ୍କ କାହାଣୀ । ମହୁଆ, ଜୟଅନନ୍ତ, ହେନରୀଙ୍କ ରୋଚକ କାହାଣୀ

196

କନକ ବ୍ୟୁରୋ : ଯଦି ତୁମେ ସିବିଆଇ ନିକଟରେ କରିଥିବା ଅଭିଯୋଗ ପ୍ରତ୍ୟାହାର କରିବ ତେବେ ମୁଁ ତୁମକୁ ପୋଷା କୁକୁର ହେନରୀ ଫେରାଇଦେବି । ଏହି କଥା ନିଜରର ପୂର୍ବତନ ପୁୁରୁଷ ବନ୍ଧୁ ତଥା ସୁପ୍ରିମକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋଇଙ୍କୁ କୁଆଡେ କହିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ସୋସିଆଲ ମିଡିଆ ଏକ୍ସରେ ଏକ ଲେଖା ପୋଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋଇ ଏହି ଅଭିଯୋଗ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ତାଙ୍କ ଉପରେ ମାମଲା ପ୍ରତ୍ୟାହାର କରିବାକୁ ଚାପ ପଡୁଛି । ଏଠି କହି ରଖୁଛୁ ଇଏ ସେହି ଜୟଅନନ୍ତ ଯାହାଙ୍କ ପ୍ରମାଣ ଆଧାରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ସଂସଦରେ ପଇସା ବଦଳରେ ପ୍ରଶ୍ନ ପଚାରୁଥିବା ସଂଗୀନ ଅଭିଯୋଗ ଆଣିଛନ୍ତି । ଆସନ୍ତୁ ଜାଣିବା ପୂରାଘଟଣାକ୍ରମ କ’ଣ?

ନେତା ଘରର କୁକୁର କଳି
-ରୋଟୱେଲର ପ୍ରଜାତିର ୩ବର୍ଷର କୁକୁର ‘ହେନରୀ’
-ହେନରୀର କଷ୍ଟଡିକୁ ନେଇ ଚାଲିଛି ବିବାଦ
-ମହୁଆ ମୋଇତ୍ରା ଓ ଜୟଅନନ୍ତ ଦେହାଦ୍ରୋଇଙ୍କ ମଧ୍ୟରେ ବିବାଦ
-ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟଅନନ୍ତ ଦେହାଦ୍ରୋଇ
-ଏବେ ହେନରୀ ମହୁଆଙ୍କ ନିକଟରେ ରହିଛି
-ହେନରୀକୁ ନେଇ ଉଭୟ ଉଭୟଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି
-ଜୟଙ୍କ କହିବା ଅନୁଯାୟୀ, ଜାନୁୟାରୀ ୨୦୨୧ରେ ହେନରୀକୁ କିଣିଥିଲେ ଜୟ
-୭୫ହଜାର ଟଙ୍କାରେ ଦୁଇଟି କିସ୍ତି ଦେଇ କିଣିଥିଲେ
-କ୍ୟାନେଲେ କ୍ଲବ୍ ଅଫ୍ ଇଣ୍ଡିଆର ରେଜିଷ୍ଟ୍ରେସନ ସାର୍ଟିଫିକେଟର ମଧ୍ୟ ରଖିଛନ୍ତି
-ସେପଟେ ମହୁଆ କହିଛନ୍ତି ହେନରୀ ତାଙ୍କର
-ଏବଂ ତାଙ୍କ ଘରକୁ ଆସି ଜୟଅନନ୍ତ ତାକୁ ନେଇଯାଇଥିଲେ, ପରେ ଫେରାଇଛନ୍ତି
-ଦିଲ୍ଲୀ ପୋଲିସ ନିକଟରେ ଉଭୟ ଅଭିଯୋଗ କରିଛନ୍ତି

ଜୟଅନନ୍ତ କହିଛନ୍ତି ଯେ, ମହୁଆଙ୍କ ସର୍ତରେ ସେ ରାଜି ନାହାନ୍ତି । ସିବିଆଇକୁ ସେ ସବୁ ପ୍ରକାର ପ୍ରମାଣ ଯୋଗାଇ ଦେବେ । ସେପଟେ ମହୁଆ ମୋଇତ୍ରା ମଧ୍ୟ ଏକ ଟ୍ୱିଟ୍ କରି ଲେଖିଛନ୍ତି ସେ ସିବିଆଇ ଓ ଏଥିକ୍ସ କମିଟି ଯେତେବେଳେ ବି ତାଙ୍କୁ ଡାକିବ ସେ ସମସ୍ତ ପ୍ରଶ୍ନର ଉତର ଦେବାକୁ ରାଜି ଅଛନ୍ତି । ଅଦାନୀ ଦ୍ୱାରା ପରିଚାଳିତ ଗଣମାଧ୍ୟମ ଓ ବିଜେପି ଟ୍ରୋଲର ଉତର ଦେବାକୁ ତାଙ୍କ ପାଖରେ ସମୟ ନାହିଁ ବୋଲି ମହୁଆ ଲେଖିଛନ୍ତି । ମହୁଆ ଓ ଜୟଅନନ୍ତ ପରସ୍ପର ବିରୋଧରେ ହେନରୀକୁ ଚୋରି କରିବା ଅଭିଯୋଗ କରି ଦିଲ୍ଲୀ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।