ଖରା ଆରମ୍ଭରୁ ଜଳିଲାଣି ଜଙ୍ଗଲ । ଉମରକୋଟ ପଦମଝରୀରେ ଦୁଇ ଦିନ ଧରି ଜଳୁଛି ଜଙ୍ଗଲ, ହେଲେ ବନବିଭାଗର ନିଘା ନାହିଁ ।

54

କନକ ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭରୁ ଜଙ୍ଗଲରେ ନିଆଁ, ଅଗ୍ନୀକାଣ୍ଡରେ ମୂଲ୍ୟବାନ ଗଛ ପୋଡି ପାଉଁଶ ହେବା ସାଙ୍ଗକୁ ବନ୍ୟାପ୍ରାଣୀଙ୍କ ଜୀବନ ମଧ୍ୟ ଯାଉଛି । ନବରଙ୍ଗପୁର ଉମରକୋଟ ତହୋରା ପଞ୍ଚାୟତ ପଦମଝରୀ ଠାରୁ ଅର୍ଜୁନ ପାଣି ଯିବା ରାସ୍ତାରେ କଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ଜଙ୍ଗଲ ଜଳୁଥିବା ବେଳେ ଅଗ୍ନୀଶମ ବିଭାଗ ପାଖରେ ଖବର ନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେପଟେ ଖୁବଶୀଘ୍ର ଘଟଣା ସ୍ଥଳକୁ ଟିମ୍ ପଠାଯାଇ ଅଗ୍ନୀକାଣ୍ଡକୁ ନିୟନ୍ତ୍ରଣକୁ ଅଣାଯିବ ବୋଲି କହିଛନ୍ତି ସ୍ଥାନୀୟ ରେଞ୍ଜର ।