ପ୍ରତିମାସରେ ମହିଳାଙ୍କୁ ମିଳିବ ୧ହଜାର ଟଙ୍କା । କେଜ୍ରିୱାଲ୍ ସରକାରଙ୍କ ବଡ ଘୋଷଣା

432

କନକ ବ୍ୟୁରୋ : ଆଗକୁ ନିର୍ବାଚନ ଆସୁଥିବା ବେଳେ ଜନତାଙ୍କ ନିକଟତର ହେବା ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଘୋଷଣା କରୁଛନ୍ତି । ଆଉ ଏହାରି ଭିତରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେଜ୍ରିୱାଲ୍ ସରକାର । ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ଏଣିକି ପ୍ରତି ମାସ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ ।

‘ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା’ ଆଧାରରେ, ୧୮ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ପ୍ରତି ମାସରେ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ୨୦୨୪-୨୫ ପାଇଁ ବଜେଟରେ ଏହି ଘୋଷଣା ଘୋଷଣା କରିବା ସହ ଆପ୍ ନେତ୍ରୀ ତଥା ଅର୍ଥମନ୍ତ୍ରୀ ଆତିଶି ମାର୍ଲେନା କହିଛନ୍ତି, ଦିଲ୍ଲୀରେ ରାମ ରାଜ୍ୟରେ ପରିଣତ କରିବା ପାଇଁ ଅନେକ କିଛି କରାଯାଇଛି ଏବେ ବି ଅନେକ କିଛି କରିବାକୁ ବାକି ଅଛି ।

ତେବେ ନିର୍ବାଚନ ପାଖେଇ ଆସୁଥିବାରୁ, ରାଜନୈତିକ ଦଳମାନେ ମହିଳା କାର୍ଡ ଖେଳୁଛନ୍ତି । ଅନେକ ରାଜ୍ୟରେ ମହିଳାଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦିଆଯାଉଥିବା ବେଳେ ଆଜି ଦିଲ୍ଲୀ ସରକାର ମହିଳାଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଘୋଷଣା କରି ମହିଳା କାର୍ଡ ଖେଳିଛନ୍ତି ବୋଲି ଚର୍ଚ୍ଚା ହେଉଛି ।