କେନ୍ଦୁଝରରେ ଜଳୁଛି ଜଙ୍ଗଲ । ୩୬୦ଟି ସ୍ଥାନରେ ଲାଗିଛି ନିଆଁ । ପୋଡୁ ଚାଷ ପାଇଁ ଲୋକେ ନିଆଁ ଲଗାଉଥିବା ସୂଚନା ।

60

କନକ ବ୍ୟୁରୋ: କେନ୍ଦୁଝରରେ ଜଳୁଛି ଜଙ୍ଗଲ । ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା କହିଛନ୍ତି କେନ୍ଦୁଝର ଡିଏଫଓ । ଜଙ୍ଗଲ ମଧ୍ୟରେ ୨୮୦ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଛି । ଏହି ସମସ୍ତ ନିଆଁ ମନୁଷ୍ୟକୃତ ହୋଇଥିବା ଜଣାପଡ଼ିଛି । ପୋଢୁ ଚାଷ ପାଇଁ, ଶିକାରୀ ତଥା ଜାଳେଣି କାଠ ଓ ମହୁଲ ସଂଗ୍ରହ କରୁଥିବା ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା କହିଛନ୍ତି ଡିଏଫଓ । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମଧ୍ୟ ନିଆଁ ଅଧିକ ବ୍ୟାପିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ନିଆଁ ଲାଭାଯାଉଥିବା ବେଳେ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି ।