ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର । ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୯ଟି ଆସନରେ ଏପ୍ରିଲ ୨୬ରେ ହେବ ମତଦାନ ।

100

କନକ ବ୍ୟୁରୋ: ଆଜି ସରୁଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ଆଉ ଦିନକ ପରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏପ୍ରିଲ ୨୬ ତାରିଖରେ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୫ ଦଶିମିକ ୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ମତଦାନ ହାର ବଢିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୨ ଆସନ ପାଇଁ ୧୬ କୋଟି ୬୩ ଲକ୍ଷ ଲୋକେ ଭୋଟ ଦେଇଛନ୍ତି ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କର୍ଣ୍ଣାଟକ, ବିହାର, ଉତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, କେରଳ, ଆସାମ, ମଧ୍ୟପ୍ରଦେଶ, ମଣିପୁର, ତ୍ରୀପୁରା ଆଦି ରାଜ୍ୟରେ ନିର୍ବାଚନ ହେବ । ଏଥିପାଇଁ ସବୁ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାରର ମଙ୍ଗ ଧିରିଥିବା ବେଳେ କଂଗ୍ରେସ ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ସର୍ବାଧିକ କେରଳରେ ୨୦ ଆସନ ଏବଂ କର୍ଣ୍ଣାଟକ ୧୪, ମହାରାଷ୍ଟ୍ରରେ ୯, ମଧ୍ୟପ୍ରଦେଶର ୭, ରାଜସ୍ଥାନର ୧୩ ଆସନ ପାଇଁ ଭୋଟିଂ ହେବ ।