କ୍ୟାପଟେନଙ୍କ ହାତରେ ପଦ୍ମ, ବିଜେପିରେ ସାମିଲ ହେଲେ ଅମରିନ୍ଦର ସିଂହ । 

108

କନକ ବ୍ୟୁରୋ: ବିଜେପିରେ ସାମିଲ ହୋଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ଦଳରେ ସାମିଲ ହେବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏନେଇ ସେ ନିଜର ସମର୍ଥକଙ୍କ ସହ ଚର୍ଚ୍ଚା ଆଲୋଚନା କରିଥିଲେ । ପଞ୍ଜାବରେ ଯଦି କିଛି ଭବିଷ୍ୟତ ଦେଖାଯାଏ ତେବେ ବିଜେପି ସହ ମିଳିମିଶି ନିର୍ବାଚନ ଲଢିବାକୁ ପଡିବ । ଆମର ଏବଂ ବିଜେପିର ବିଚାରଧାରା ଏକ ।

କ୍ୟାପଟେନ ଅମରିନ୍ଦର ସିଂହ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୨ରେ ପ୍ରଥମେ କଂଗ୍ରେସରୁ ଅଲଗା ହୋଇଥିଲେ । ଏହା ପରେ ସେ ପଞ୍ଜାବ ଲୋକ କଂଗ୍ରେସ ଦଳ ଗଠନ କରିଥିଲେ । ବିଜେପି ସହ ମିଶି ସେମାନେ ନିର୍ବାଚନ ଲଢିଥିଲେ । ଦଳକୁ ଏଥିରେ ବିଶେଷ ସଫଳତା ମିଳିପାରିନଥିଲା ।