ଏକର ଏକର ଚାଷ ଜମିରୁ କୋବି ନଷ୍ଟ କରୁଛନ୍ତି ନିମାପଡା ଅଞ୍ଚଳର ଚାଷୀ।

131

କନକ ବ୍ୟୁରୋ: କୋବି ଚାଷୀଙ୍କ ବଢୁଛି ଚିନ୍ତା । ଏକର ଏକର ଚାଷ ଜମିରୁ କୋବି ଚାଷ ନଷ୍ଟ କରିପକାଇଲାଣି ଚାଷୀ । ନିମାପଡା ମଠସାହିରେ ଚାଷୀମାନେ ଏକର ଏକର କୋବି ଚାଷ କରିଥିଲେ । ଏହି ଚାଷରୁ ତାଙ୍କୁ ଦୁଇ ପଇସା ଲାଭ ଆଶା ରଖିଥିଲା ଚାଷୀ । ହେଲେ ଏବେ ଶାଗମାଛ ଦରରେ ବିକ୍ରି ହେଉଛି କୋବି । ବାହାରୁ ଦଲାଲମାନେ କୋବି ସବୁ କମ୍ ରେଟରେ ଚାଷୀଙ୍କ ଠାରୁ କିଣି ବାହାରେ ଚଢା ଦରରେ ବିକ୍ରିି କରୁଛନ୍ତି । ଗୋଟିଏ ପଟେ ଚାଷୀ କ୍ଷତିରେ ପଡିଥିବା ବେଳେ ଅନ୍ୟ ପଟେ ଲାଭବାନ୍ ହେଉଛି ଦଲାଲ ।

ଚାଷୀ ଦଲାଲ ପାଖରୁ ମୁକୁଳିନଥିବା ବେଳେ ଚାଷରେ ବି ସାଇତି ରଖିପାରୁନି କୋବି ସବୁ । ଚାଷ ଜମିରେ ରଖିଲେ ଓøଷଧ ପକାଇ ଖର୍ଚ୍ଚାନ୍ତ ହେଉଛନ୍ତି । ହେଲେ ୮ଟଙ୍କା କୋବି ସବୁ ୩ ଟଙ୍କାରେ ବିକ୍ରିକରୁଥିବା ବେଳେ ଚାଷୀ ଅଧିକ କ୍ଷତିରେ ପଡିଛି । ସେପଟେ କୋବି ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀ ସାଇତି ବି ରଖିପାରୁନି ନିଜ ଫସଲ । ବହୁ ପୂର୍ବରୁ ଏହି ସମସ୍ୟାର ଅଭିଯୋଗ କରିଆସୁଥିଲ । ହେଲେ ଚାଷୀଙ୍କ ସମସ୍ୟା ପ୍ରତି କାହାର ଗୁରୁତ୍ୱ ନାହିଁ । ଯାହାଫଳରେ ଚାଷୀ ସବୁବେଳେ କ୍ଷତି ସହିଆସୁଛି । ଏବେ କ୍ଷତିଗ୍ରସ୍ତ ଚାଷୀ କ୍ଷୋଭର ସହ ନିଜ ଫସଲ ନିଜେ ହାଣି ନଷ୍ଟ କରିପକାଇଛି ।