ହୁତ ହୁତ ହୋଇ ଜଳୁଛି ଜଙ୍ଗଲ। ଉଦଳା ବନାଞ୍ଚଳ ଟଣା ସାହି ସଂରକ୍ଷିତ ଜଙ୍ଗଲରେ ନିଆଁ।

70

କନକ ବ୍ୟୁରୋ: ହୁତ ହୁତ ହୋଇ ଜଳୁଛି ଜଙ୍ଗଲ । ଖରାଦିନ ନହେଉଣୁ ଜଙ୍ଗଲରେ ଏବେଠୁ ଲାଗିଲାଣି ନିଆଁ । ଗୋଟିଏ ସ୍ଥାନରେ ନିଆଁ ଲାଗି ତାହା ଧୀରେ ଧୀରେ ସମଗ୍ର ଜଙ୍ଗଲରେ ବ୍ୟାପିବାରେ ଲାଗିଲାଣି । ଉଦଳା ବନ।।ଞ୍ଚଳ ଟଣା ସାହି ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଏହି ନିଆଁ ଲାଗିବା ଯୋଗୁ ବଡ ବଡ ଗଛ ସବୁ ପୋଡି ପାଉଁଶ ହୋଇଗଲାଣି ।

ସେହିଭଳି ଶୁଖିଲା ପତ୍ର ଜଙ୍ଗଲ ସାରା ପଡିରହିଥିବା ଯୋଗୁ ନିଆଁ ସହଜରେ ଧରି ବ୍ୟାପିବାରେ ଲାଗିଛି । ଖୁବ କମ୍ ସମୟରେ ନିଆଁ ଚାରିଆଡେ ବ୍ୟାପିବାରେ ଲାଗିଛି । ବନବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲେ ବି ଅଣାୟତ ହୋଇପଡ଼ିଛି ବନବିଭାଗ । ଶୁଖିଲା ପତ୍ର ଯୋଗୁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଉ ତାରି ଭିତରେ ବହୁ ମୂଲ୍ୟବାନ ଗଛ ଓ ଓøଷଧୀୟ ଗୁଳ୍ମ ମଧ୍ୟ ପୋଡି ନଷ୍ଟ ହୋଇଗଲାଣି । ତେବେ ଜଙ୍ଗଲରେ ପାକୃତିକ ଉପାୟରେ ନିଆଁ ଲାଗିଛି ନା ଅନ୍ୟ କେହି ନିଆଁ ଲଗାଇବା ଯୋଗୁ ଜଙ୍ଗଲ ଜଳୁଛି ତାହା ସ୍ପଷ୍ଟ ହାଇପାରିନି ।