ଗୋପାଳ ଦାସଙ୍କୁ ନେଇ ଦ୍ୱନ୍ଦ୍ୱରେ ପୋଲିସ: ଭିସିରେ କୋର୍ଟରେ ହାଜର ହେବେ ଗୋପାଳ?

780

କନକ ବ୍ୟୁରୋ: ମନ୍ତ୍ରୀଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ନେଇ ଦ୍ୱନ୍ଦ୍ୱରେ ପୋଲିସ । ଗୋପାଳଙ୍କୁ ପ୍ରତ୍ୟକ୍ଷ ଭାବେ ନା ଭିସିରେ ହାଜର କରାଯିବ ତାକୁ ନେଇ ବସିଲା ବୈଠକ । ପୋଲିସ ଓ କ୍ରାଇମବ୍ରାଞ୍ଚର ଉଚ୍ଚସ୍ତରୀୟ ବୈଠକ ବସିଥିବା ସୂଚନା । ସୁରକ୍ଷା ଦୃଷ୍ଟିରୁ ଭିସିରେ ହାଜର କରିବାକୁ ହୋଇପାରେ ନିଷ୍ପତ୍ତି । ଗୋପାଳକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ ।

ଗତକାଲି ବ୍ରଜରାଜନଗରର ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ତାଙ୍କ ସମର୍ଥକ ଫୁଲମାଳ ପିନ୍ଧାଇବା ବେଳେ ହଠାତ୍ ଶୁଭିଥିଲା ଗୁଳିର ଶବ୍ଦ । କେହି କିଛି ବୁଝିବା ପୂର୍ବରୁ ଛାତିରେ ହାତ ଦେଇ ପଛକୁ ଝୁଙ୍କି ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସବୁଠାରୁ ବଡ କଥା ହେଲା ଗୁଳି ମାରିଥିଲେ ଫାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସଆଇ ଗୋପାଳ ଦାସ । ପୁଲିସ ପୋଷାକ ପିନ୍ଧିଥିଲେ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ଭିସ ରିଭଲଭର ଆଣିଥିଲେ । ଯେଉଁ ରିଭଲଭରରେ ସେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାନ୍ତେ, ସେହି ରିଭରଭରରେ ମନ୍ତ୍ରୀଙ୍କ ଜୀବନ ନେବା ପାଇଁ ଚଳାଇଥିଲେ ଗୁଳି ।