ସୁନାର କ୍ଷେତକୁ ପଶିଲା ବନ୍ୟାଜଳ : ଚାଷଜମିରେ ଲହଡ଼ି ଭାଙ୍ଗୁଛି ଗୋଳିଆ ପାଣି, ଚିନ୍ତାରେ ଚାଷୀ

72

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳି ବ୍ଲକ ଅଞ୍ଚଳରେ ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଶହଶହ ଚାଷ ଜମି ପନି ପରିବା ନଷ୍ଟ ହୋଇ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଏବେ ପ୍ରଶାସନିକ ଅବହେଳା ଓ ଅଣଦେଖା ଯୋଗୁ ନିଆଳି ସଡାଂଶ ପଞ୍ଚାୟତ କଣ୍ଟିଶାଳ ଗାଁର ଦେବୀ ନଦୀ ବନ୍ଧରେ ଏବେ ଘାଇ ସୂଷ୍ଟି ଆଂଶଙ୍କାକୁ ନେଇ ସ୍ଥାନୀୟ ପଞ୍ଚାୟତରେ ଭୟର ଆଶଙ୍କା ଦେଖା ଦେଇଛି ।

ମହାନଦୀରେ ବନ୍ୟା ଆସିବାରୁ ତାର ଶାଖା ଦେବୀ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିଛି । ନଦୀ ବନ୍ଧ ଦୁର୍ବଳ ଯୋଗୁଁ ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ବନ୍ଧରେ ପଥର ପ୍ୟାକେଙ୍ଗ୍ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପଟେ ପ୍ରତିବର୍ଷ ବନ୍ୟାରେ ପଥର ସବୁ ନଦୀ ଆଁରେ ଯାଉଛି । ଏବେ କଣ୍ଟିଶାଳରେ ଏକ ଘଳିଆ ସୁଷ୍ଟି ହୋଇଛି । ନିଆଳି ଜଳସମ୍ପଦ ପକ୍ଷରୁ ଘଳିଆ ସ୍ଥାନରେ ବାଲି ବସ୍ତା ପକାଇ ରାତ୍ରି ଅନିଦ୍ରା ହୋଇ ଜଗିବସିଛି । ଆଜି ଏହି ଘଳିଆ ସ୍ଥାନକୁ ପରିର୍ଦଶନରେ ଆସିଥିଲେ ନିଆଳି ବ୍ଲକ ପ୍ରଶାସନ ସହ ଜଳସମ୍ପଦ ବିଭାଗୀୟ ଅଧିକାରୀ ।

ଦେବୀ ନଦୀରେ ବନ୍ୟା ଆସିବାରୁ ପଥର ସବୁ ନଦୀ ଆଁରେ । ପଥର ଖସୁଛି କଂଟିଶାଳରୁ । ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ନଦୀକୁଲିଆ ଲୋକଙ୍କ ଭିତରେ ଭୟ ବଢୁଛି । ଯଦି ଘାଇ ସୂଷ୍ଟି ହୁଏ ପଞ୍ଚାୟତର ୫୦୦୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ଚାଷ ଓ ବାସ ହରାଇବେ । କିନ୍ତୁ ନିଆଳି ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀଯନ୍ତୀ କେସି ରାଓ କହିଛନ୍ତି ନଦୀବନ୍ଦ ସମ୍ପୂର୍ଣ୍ଣ ଠିକ ଅଛି କିଛି ଭୟବିତ ହେବାର ନାହିଁ ।