ମାତିଲେ ନକଲି ଟାଟା ପାୱାର କର୍ମଚାରୀ । ଧମକ୍…ବିଲ୍ ପଇଠ କର ନହେଲେ କାଟିଦେବୁ ଲାଇନ୍ ।

141

କନକ ବ୍ୟୁରୋ: ସାବଧାନ ! ଆପଣଙ୍କ ମୋବାଇଲକୁ କୌଣସି ମେସେଜ୍ କିମ୍ବା ଲିଙ୍କ ଆସିଲେ , ଯଦି ତାହାକୁ କ୍ଳିକ୍ କରୁଛନ୍ତି ତେବେ ଆପଣ ସାଇବର ଠକେଇରେ ପଡ଼ିପାରନ୍ତି । ଏହିଭଳି ଏକ ଘଟଣା ଘଟିଛି ବହ୍ମପୁରରେ । ବହ୍ମପୁର ମହାନଗର ନିଗମ ଆସିସଣ୍ଟାଟ୍ ଏକଜୁକ୍ୟୁଟିଭ ଇଞ୍ଜିନିୟର ଏମ. ନାଗେଶ୍ୱର ରାଓଙ୍କ ଆକାଉଣ୍ଟରୁ ୧ ଲକ୍ଷ ୪ ହଜାର ଟଙ୍କା ଠକେଇ । ନିଜକୁ ଟାଟା ପାୱାର କର୍ମୀ ପରିଚୟ ଦେଇ ଠକି ନେଇଛି ୧ ଲକ୍ଷ ୪ ହଜାର ଟଙ୍କା ।

ନାଗେଶ୍ୱରଙ୍କ କହିବା କଥା, ଗତ ୫ ତାରିଖରେ ଯନ୍ତ୍ରୀ ନାଗେଶ୍ୱରଙ୍କ ମୋବାଇଲକୁ ୯୮୦୧୮୦୯୦୫୨ ନମ୍ବରରୁ ଏକ ମେସେଜ ଆସିଥିଲା । ଏଥିରେ ଲେଖାଯାଇଥିଲା କି ଆପଣଙ୍କ ବିଦୁତ୍ ଲାଇନ କଟିଯିବ । କାରଣ ଆପଣଙ୍କ ପୂର୍ବ ବିଲ ବକେୟା ରହିଛି । ଏଥିପାଇଁ ଏକ ମୋବାଇଲ ନମ୍ବର ୭୯୭୮୮୯୦୧୧୪ କୁ ଯୋଗାଜୋଗ କରନ୍ତୁ । ତେବେ ନାଗେଶ୍ୱର ରାଓ ଗତ ୩ ତାରିଖରେ ତାଙ୍କ ମିଟର ଠିକସେ କାର୍ଯ୍ୟ କରୁନଥିବା ହେତୁ ଅଭିଯୋଗ କରିଥିଲେ ।

ମେସେଜ ଆସିବା ପରେ ସେ ଭାବିଥିଲେ କିଛି ସତ୍ୟତା ରହିଛି କି, ପରେ ସେ ସେହି ନମ୍ବରରେ କଲ କରିଥିଲେ । ଫୋନ ରିସିଭ କରିଥିବା ଯୁବକ ନିଜକୁ ଟାଟା ପାୱାରର ଜଣେ କର୍ମଚାରୀ କହି କଥା ହୋଇଥିଲେ । ଆଉ ୧୦ ଟଙ୍କା ପ୍ରଥମେ ଡ଼ିପୋଜିଟ କରନ୍ତୁ । ଏହାପରେ ସେ ଟଙ୍କା ଅନଲାଇନରେ ପଇଠ ନକରିବାରୁ ତାଙ୍କରି ଏକ ,ଟିଏମରେ ମାଧ୍ୟମରେ ପଇଠ କରିଥିଲେ । ଏହାପରେ ଠିକ୍ ୧୦ ମିନଟ ପର୍ଯ୍ୟନ୍ତ ଫୋନଟି ତାଙ୍କରୀ ଅଧିନରେ ଥିଲା କିନ୍ତୁ ସେପଟେ ସାଇବର ଠକମାନେ ଅପରେଟ କରୁଥିବା ଜାଣିପାରିନଥିଲେ ଯନ୍ତ୍ରୀ । କିଛି ସମୟ ପରେ ନାଗେଶ୍ୱରଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୩ ହଜାର ଟଙ୍କା ଲୁଟି ନେଇଗଲେ ସାଇବର ଠକ ।