ବ୍ରହ୍ମପୁର ଏମକେସିଜିରୁ ନକଲି ଡାକ୍ତର ଗିରଫ । ଫେକ୍ ପରିଚୟ ପତ୍ର ଦେଇ ମେଡିକାଲରେ କରୁଥିଲେ ଦଲାଲି 

305

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜିରୁ ଗିରଫ ହେଲା ନକଲି ଡାକ୍ତର । ମେଡିକାଲ ପରିସରରେ ଦଲାଲି କରୁଥିବା ସନ୍ଦେହ । ଓପିଡି ସୁପରଭାଇଜର ଓ ନାଁ ଲେଖାଥିବା ଏକ ନକଲି ପରିଚୟ ପତ୍ର ଲଗାଇ ମେଡିକାଲ ପରିସରରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ ସମ୍ପୃକ୍ତ ଯୁବକ । ସୁରକ୍ଷାକର୍ମୀଙ୍କ ସହ ପରିଚୟ ପତ୍ରକୁ ନେଇ ଯୁକ୍ତିତର୍କକୁ ନେଇ  ସନ୍ଦେହ ଉପୁଜିବା ପରେ ମେଡିକାଲ ଫାଣ୍ଡି ପୋଲିସ ଦ୍ୱାରା ଅଟକ ପରେ ଏବେ ସ୍ଥାନୀୟ ବୈଦନାଥପୁର ଥାନା ପୋଲିସ ଗିରଫ କରିଛି । ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ନିଜେ ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଗିରଫ ବ୍ୟକ୍ତି ଜଣକ ଡାକ୍ତର ନଥିବା ସହ ତାଙ୍କ ପରିଚୟ ପତ୍ର ନକଲି ଓ ସେ ସାନଖେମୁଣ୍ଡି ଅଚଂଳର ହୋଇଥିଲେ ହେଁ  କିଛି ଦିନ ହେଲା ବ୍ରହ୍ମପୁର ଆଙ୍କୁଲି ଅଚଂଳରେ ଭଡା ଘରେ  ରହୁଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି । ଅନ୍ୟପକ୍ଷରେ ସେ ଜଣେ ଡିପ୍ଲୋମା ଛାତ୍ର ଓ ତାଙ୍କ ବୟସ ୧୭ ବର୍ଷ ହୋଇଥିବା ସେ ପୋଲିସ କୁ କହିଥିବା ଜଣାପଡିଛି । ତେବେ ଏ ନେଇ ଅଧିକ ତଦନ୍ତ ଜାରିରଖିଛି ପୁଲିସ । ଏମକେସିଜିରେ ଦଲାଲଙ୍କ ରାଜ ନେଇ ପୂର୍ବରୁ ମଧ୍ୟ ଆମେ ଖବର ପ୍ରସାରଣ କରିଥିଲୁ । ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ନଭେମ୍ବର ୧୮ ତାରିଖରେ ବ୍ରହ୍ମପୁର ପୋଲିସ ପକ୍ଷରୁ ୭ଜଣ ଦଲାଲକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।