ଗୋଟିଏ ବଟନ ଦବିବ, ଚୂନା ହେବ ଅଟ୍ଟାଳିକା : କାହିଁକି ମାଟିରେ ମିଶିବ ଟ୍ୱିନ୍ ଟାୱାର ?

421

କନକ ବ୍ୟୁରୋ : ନୋଏଡାରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାରକୁ ଅଗଷ୍ଟ ୨୮ ଅର୍ଥାତ ଆସନ୍ତାକାଲି ଭଙ୍ଗାଯିବ । ବିସ୍ପୋରଣ କରି ୧୨ ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇ ଦିଆଯିବ । ଏଥିପାଇଁ ଆସନ୍ତାକାଲି ସକାଳ ୭ଟା ସୁଦ୍ଧା ନିକଟସ୍ଥ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁଇଟି ଟାୱାର ମଧ୍ୟରୁ ଗୋଟିଏରେ ୩୨ ମହଲା ଓ ଅନ୍ୟରେ ୨୯ ମହଲା ରହିଛି । ଟାୱାରରେ ମୋଟ ୯୩୭ ଫ୍ଲାଟ ରହିଛି । ତେବେ ୩ହଜାର ୭୦୦ କେଜି ବିସ୍ଫୋରକ ବ୍ୟବହାର କରାଯାଇ ଟାୱାରକୁ ମାଟିରେ ମିଶାଯିବ । ଏହି ବିଶାଳ ଅଟାଳିକା କେବଳ ୧୨ ସେକେଣ୍ଡରେ ମାଟିରେ ମିଶିଯିବ । ପ୍ରଥମ ଥର ପାଇଁ ଦେଶରେ ଏଭଳି କୌଣସି ବଡ ଅଟ୍ଟାଳିକାକୁ ଧ୍ୱଂସ କରାଯିବ । ଅଭିଯୋଗ ରହିଛି କି ନ୍ୟାଶନାଲ ବିଲଡିଂ କୋଡ ନିୟମ ଉଲ୍ଲଂଘନ ହେବା ପରେ ସୁପ୍ରିମକୋର୍ଟ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମାଟିରେ ମିଶିବ ଟ୍ୱିନ ଟାୱାର

– ଆପେକ୍ସ ଓ ସିୟାନେ ଟାୱାରକୁ ଆସନ୍ତାକାଲି ଧ୍ୱସଂ କରାଯିବ
– ନୋଏଡାର ସେକ୍ଟର ୯୩ଏରେ ସ୍ଥିତ ଟ୍ୱିନ ଟାୱାର
– ଆପେକ୍ସ ଟାୱାରର ଉଚ୍ଚତା ୧୦୩ ମିଟର
– ସିୟାନେ ଟାୱାରର ଉଚ୍ଚତା ୯୭ ମିଟର
– ବର୍ଗ ଫୁଟ ପିଛା ୯୩୩ଟଙ୍କା ଖର୍ଚ୍ଚ ହୋଇଥିଲା
– ୭ଲକ୍ଷ ୫୦ହଜାର ବର୍ଗଫୁଟରେ ନିର୍ମାଣ କାମ ହୋଇଛି
– ଟ୍ୱିନ ଟାୱାରରେ ୩ ବିଏଚକେ ଫ୍ଲାଟର ମୂଲ୍ୟ ୧କୋଟି ୧୩ଲକ୍ଷ ଟଙ୍କା
– ଟ୍ୱିନ ଟାୱାରରେ ୯୧୫ଟି ଫ୍ଲାଟ ଥିଲା
– ୬୩୩ଟି ଫ୍ଲାଟର ବୁକିଂ ସରିଛି
– ୧୮୦କୋଟି ଅଗ୍ରୀମ ବାବଦରେ କମ୍ପାନୀ ଲୋକଙ୍କ ଠାରୁ ନେଇଛି
– ଘର କିଣିଥିବା ଲୋକଙ୍କୁ ୧୨% ସୁଧ ସହ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ
– ଭାଙ୍ଗିବା ଦ୍ୱାରା ସୁପରଟେକ ଡେଭଲପର୍ସକୁ ହଜାରେ ୨ଶହ କୋଟି କ୍ଷତି ହେବ
– ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୭୦କୋଟି ଟଙ୍କା
– ୩୭୦୦ କେଜି ବିସ୍ଫୋରକ ବ୍ୟବହାର କରାଯାଇ ଟାୱାରକୁ ଧ୍ୱସଂ କରାଯିବ
– ହରିୟାଣା ପଲୱଲରୁ ଆସିଛି ଏହି ବିସ୍ଫୋରକ
– ଭାଙ୍ଗିବା ପାଇଁ ବର୍ଗ ଫୁଟ ପିଛା ୨୩୭ଟଙ୍କା ଖର୍ଚ୍ଚ ହେବ
– ଟାୱାରକୁ ଧ୍ୱସଂ କରିବାକୁ ମୋଟ୍ ୨୦କୋଟି ଟଙ୍କା ଖର୍ଚ୍ଚ ହେବ
– ୫କୋଟି ଟଙ୍କା ଦେବ ସୁପରଟେକ କମ୍ପାନୀ
– ବଳକା ୧୫କୋଟି ଟଙ୍କା ଧ୍ୱଂସାବଶେଷକୁ ବିକ୍ରି କରି ଆଦାୟ କରାଯିବ
– ୪ହଜାର ଟନ୍ ଷ୍ଟିଲ ଓ ୫୫ହଜାର ଟନ୍ ଧ୍ୱଂସାବଶେଷ ବାହାରିବ
– ଭାଙ୍ଗିବା ବେଳେ ୩୫ହଜାର ଘନ ମିଟରର ପର୍ଯ୍ୟନ୍ତ ଧୂଆଁ ଭରିଯିବ
– ସବୁ ସଫା କରିବା ପାଇଁ ପ୍ରାୟ ୩ମାସ ସମୟ ଲାଗିଯିବ
– ଟାୱାରକୁ ଭାଙ୍ଗିବାର କାମ କରିବ ଏଡିଫିସ କମ୍ପାନୀ
– ଆଖପାଖ ଅଂଚଳରେ କ୍ଷତି ପାଇଁ ଶହେ କୋଟିର ବୀମା କରାଯାଇଛି
– ଆସନ୍ତାକାଲି ୨ଟା ୩୦ରେ ଭଙ୍ଗାଯିବ ଟ୍ୱିନ ଟାୱାର
– ଭାଙ୍ଗିବା ବେଳେ ୪ଶହ ପୋଲିସ କର୍ମଚାରୀ ଉପସ୍ଥିତି ରହିବେ
– ଏନଡିଆରଏଫ ଟିମ୍ ମଧ୍ୟ ଉପସ୍ଥିତ ରହିବ
– ସ୍ଥାନୀୟ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
– ଘଟଣାସ୍ଥଳରେ ବି ଉପସ୍ଥିତ ରହିବେ ଡାକ୍ତରୀ ଟିମ୍
– ଟ୍ୱିନ ଟାୱାରର ଆଖପାଖ ଅଂଚଳରେ ରାସ୍ତା ବନ୍ଦ ରହିବ
– ନଏଡା-ଗ୍ରେଟର ନଏଡା ଏକ୍ସପ୍ରେସ ୱେ ୨ଟାରୁ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ

କାହିଁକି ମାଟିରେ ମିଶିବ ଟ୍ୱିନ ଟାୱାର ?

ପ୍ରାୟ ଦେଢ ଦଶକ ପୂର୍ବେ ଏହି ବିବାଦ ଆରମ୍ଭ ହୋଇଥିଲା । ୨୦୦୪ରେ ୮୪,୨୭୩ବର୍ଗ ମିଟର ଜମି ଆବଣ୍ଟନ କରାଯାଇଥିଲା । ୨୦୦୫ ମାର୍ଚ୍ଚ ୧୬ରେ ଲିଜ ଡିଡ ହୋଇଥିଲା, କିନ୍ତୁ ଦାୟିତ୍ୱହୀନତା ଯୋଗୁଁ ଜମିର ମାପ ଭୁଲ ହୋଇଥିଲା । ୪ନମ୍ବର ପ୍ଲଟରେ ଆବଣ୍ଟିତ ଜମି ପାଖରେ ୬୫୫୬ ବର୍ଗମିଟର ଜମି ଥିଲା । ଏହି ଜାଗାର ଅତିରିକ୍ତ ଲିଜ ଡିଡ ୨୦୦୬ରେ ବିଲ୍ଡର ନାଁରେ କରିଦିଆଯାଇଥିଲା । ବିଲଡିଂ କୋଡ୍ସର ନିୟମ ଉଲ୍ଲଙ୍ଘନ କରାଯାଇଛି । ଏହି ସ୍ଥାନରେ ସୁପରଟେକ ଏମରାର୍ଲ୍ଡ କୋର୍ଟ ପ୍ରୋଜେକ୍ଟ ହୋଇଥିଲା ।

ନକ୍ସା ହିସାବରେ ଏଠାରେ ଏକ ଗ୍ରୀନ ପାର୍କ ରହିଛି । କିନ୍ତୁ ପ୍ରକୃତରେ ସେଠାରେ ଆପେକ୍ସ ଓ ସିୟାନେ ଟାୱାର ଅଛି । ଘର କିଣିଥିବା ଲୋକେ ନକ୍ସା ମାଗିଥିଲେ କିନ୍ତୁ ତାଙ୍କୁ ଦିଆଯାଇନଥିଲା । ପରେ ୨୦୧୨ରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । କିନ୍ତୁ ରିପୋର୍ଟ ମଧ୍ୟ ଚାପି ଦିଆଯାଇଥିଲା । ଦୁଇଟି ଟାୱାର ମଧ୍ୟରେ ଦୂରତା ୧୬ମିଟର ରଖିବା ଦରକାର । କିନ୍ତୁ ତାହା ମଧ୍ୟ ପାଳନ କରାଯାଇନଥିଲା । ୨୦୧୪ରେ ଏହାକୁ ଭାଙ୍ଗିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।