ଡ଼ମ୍ପିଂୟାର୍ଡ଼ ବିବାଦର ସମାଧାନ ପାଇଁ ଚାଲିଛି ଆଲୋଚନା : ଦାରୁଠେଙ୍ଗ ପଞ୍ଚାୟତବାସୀ ଓ ବିଏମସି କର୍ତ୍ତୃପକ୍ଷଙ୍କ ଭିତରେ କଥାବାର୍ତ୍ତା ଜାରି

120

କନକ ବ୍ୟୁରୋ : ଭୁଆଷୁଣି ଡମ୍ପିଂୟାର୍ଡ ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଛି ଆଲୋଚନା । ଦାରୁଠେଙ୍ଗ ପଞ୍ଚାୟତବାସୀ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଛି ଆଲୋଚନା । ଭୁବନେଶ୍ୱ୍ୱର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଛି । ଦାରୁଠେଙ୍ଗ ସରପଞ୍ଚଙ୍କ ସହ ପଞ୍ଚାୟତ ତରଫରୁ ୩୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି । ତେବେ ଏହା ପୂର୍ବରୁ ଦୁଇ ଦୁଇଥର ଆଲୋଚନା ହୋଇଥିବା ବେଳେ କୌଣସି ସମାଧାନର ବାଟ ବାହାରିପାରିନଥିଲା ।

ହେଲେ ଚଳିତଥର ଚାଲିଥିବା ବୈଠକରେ କିଛି ସମାଧାନ ବାହାରିବାର ଆଶା ରହିଛି । ଦାରୁଠେଙ୍ଗରେ ଅଳିଆ ବିବାଦ ବହୁ ପୂର୍ବରୁ ଚାଲିଥିଲା । ଆଉ ଏବେ ଗାଁରେ କୌଣସି ହାଲରେ ବି ଅଳିଆ ନପକାଇଦେବାକୁ ଜିଦ ଧରିଛନ୍ତି ଦାରୁଠେଙ୍ଗବାସୀ । ଦାରୁଠେଙ୍ଗରେ ଆବର୍ଜନା ପଡ଼ିିବାରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ସେଠାରେ ଆଉ ଅଳିଆ ଯେଭଳି ନପଡେ ସେନେଇ ପ୍ରତିବାଦ କରୁଛନ୍ତି ଲୋକେ । ତା ସହିତ ବିଏମସି ପୁଲିସ ସହାୟତାରେ ମଧ୍ୟ ଅଳିଆ ପକାଇବକୁ ପ୍ରୟାସ କରୁଥିବା ବେଳେ ଜୋରଦାର ନାରାବାଜି ସହିତ ଆନ୍ଦୋଳନ କରିଛନ୍ତି ଦାରୁଠେଙ୍ଗବାସୀ । ତେଣୁ ଏହାର ସମାଧାନ ପାଇଁ ବିଏମସି ଏହି ବୈଠକ ଡକାଇଛି ।