ଜାପାନ ଲଂଚ୍ କଲା ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ୍, ଗୋଟିଏ ଥରରେ ଚାଲିବ ୧ ହଜାର କିଲୋମିଟର

166

କନକ ବ୍ୟୁରୋ : ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ୍ ଜାପାନ ଲଂଚ କରିଛି । ଜର୍ମାନର ଲୋୟର ସୋକସୋନୀ ରାଜ୍ୟରେ ପ୍ରଥମେ ୧୪ ଟି ପୂର୍ଣ୍ଣ ହାଇଡ୍ରୋଜେନ ଚାଳିତ ଟ୍ରେନ ଲଂଚ୍ କରାଯାଇଛି । କୁହାଯାଉଛି କି ଏହି ହାଇଡ୍ରୋଜେନ ଚାଳିତ ଟ୍ରେନ ପରିବେଶରୁ କାର୍ବନ ଗ୍ୟାସ କମ କରିବାରେ ବିଶେଷ ସହାୟକ ହେବ ।

ଫ୍ରାନ୍ସ କମ୍ପାନୀ ଏଲ୍ସଟମ୍ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ୧୪ ଟି ଟ୍ରେନ୍ ମଧ୍ୟରୁ ବୁଧବାର ଦିନ ୫ ଟି ଟ୍ରେନ ଚଳାଚଳ କରିଛି । ଏହି ରୁଟରେ ଚାଲୁଥିବା ଅନ୍ୟ ୧୫ ଟି ଡିଜେଲ ଚାଳିତ ଟ୍ରେନ ଖୁବ କମ ଦିନ ମଧ୍ୟରେ ବନ୍ଦ କରାଯାଇ ସେହି ସ୍ଥାନରେ ହାଇଡ୍ରୋଜେନ ଚାଳିତ ଟ୍ରେନ ଚଳାଚଳ କରିବ ବୋଲି କୁହାଯାଇଛି । ଏଲ୍ଟଟମ୍ କମ୍ପାନୀର ସିଇଓ ହେନରୀ ପାପାର୍ଟ-ଲାଫାର୍ଜା କହିଛନ୍ତି କି ଗୋଟିଏ କିଲୋ ହାଇଡ୍ରୋଜେନ ପାଖାପାଖି ୪.୫ କିଲୋ ଡିଜେଲ ସହ ସମାନ ।

ଏଲ୍ଟଟମ୍ ସିଇଓଙ୍କ କହିବା ମୁତାବକ ହାଇଡ୍ରୋଜେନ ଚାଳିତ ଟ୍ରେନ କେବେ ବି ପ୍ରଦୁର୍ଷଣ ଛାଡେନାହିଁ ବରଂ କେବଳ ଶବ୍ଦ ସହ ବାଷ୍ପଯୁକ୍ତ ଜଳ ନିର୍ଗତ କରିଥାଏ । ସେ ଆହୁରି କହିଛନ୍ତି କି ହାଇଡ୍ରୋଜେନ ପୂର୍ଣ୍ଣ ଗୋଟିଏ ଟ୍ୟାଙ୍କ ଦ୍ୱାରା ଟ୍ରେନଟି ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏନେଇ ରେଳ ଲାଇନ ନିକଟବର୍ତ୍ତୀ ସ୍ଥାନରେ ହାଇଡ୍ରୋଜେନ ଫିଲିଂ ସେଣ୍ଟର ସ୍ଥାପନ କରାଯାଇଛି । କହିରଖୁ କି ଏହି ହାଇଡ୍ରୋଜେନ ଚାଳିତ ଟ୍ରେନର ଘଣ୍ଟାପ୍ରତି ସର୍ବାଧିକ ବେଗ ୧୪୦ କିଲୋମିଟର ।