ପରୀକ୍ଷା ଦେବା ପରିବର୍ତ୍ତେ ବାହାରେ ଦାଦନ ଖଟୁଛନ୍ତି ମାଟ୍ରିକ୍ ପରୀକ୍ଷାର୍ଥୀ । ରାଜନଗର ବ୍ଲକରେ ୨୬୦ ପରୀକ୍ଷାର୍ଥୀ ଅନୁପସ୍ଥିତ

89

କନକ ବ୍ୟୁରୋ : ପରୀକ୍ଷା ଦେବା ପରିବର୍ତେ ରାଜ୍ୟବାହାରେ ଦାଦନ ଖଟୁଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । କିଏ କେରଳର ପ୍ଲାଏ ଉଡ କାରଖାନାରେ କାମ କରୁଛି ତ, ଆଉ କିଏ ଦିଲ୍ଲୀରେ ପାଣି ପାଇପ କାମ କରୁଛି । ଆର୍ଥିକ ଅନାଟନ ଓ ସଚେତନତାର ଅଭାବ ଯୋଗୁଁ ଭବିଷ୍ୟତ ଗଢିବାର ମୂଳଦୁଆ କୁହାଯାଉଥିବା ମାଟ୍ରିକ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀ ଦେଉନାହାଁନ୍ତି । ରାଜନଗର ବ୍ଲକରେ ୨୯୧୧ ଛାତ୍ରଛାତ୍ରୀ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ କରିଥିବା ବେଳେସେଥିମଧ୍ୟରୁ ୨୬୫୧ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

୨୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ନଦେଇ ଅନୁପସ୍ଥିତ ରହିଛନ୍ତି । ଗୋଟିଏ ବ୍ଲକରୁ ୧୦ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ନଦେଇ ଅନୁପସ୍ଥିତ ରହିବା ଉଦବେଗ ସୃଷ୍ଟି କରିଛି । ତେବେ କାହିଁକି ଏତେ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନାହାଁନ୍ତି, ପରୀକ୍ଷା ନଦେବା ପଛରେ କଣ କାରଣ ରହିଛି, ଏହାର ବାସ୍ତବ ସ୍ଥିତିଜାଣିବା ପାଇଁ ଆମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ।

ସେଠାରେ ପହଞ୍ଚି ଆମେ ଦେଖିବାକୁ ପାଇଥିଲୁ ଅଧିକରୁ ଅଧିକାଂଶ ପରୀକ୍ଷାର୍ଥୀ ନିଜ ପରିବାରର ଆର୍ଥିକ ଅନାଟନକୁ ଦୂରକରିବା ପାଇଁ ପାଠ ପଢା ପରିବର୍ତ୍ତେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ରାଜନଗର ବ୍ଲକରେ ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନେ ଅନୁପସ୍ଥିତ ଅଛନ୍ତି, ଏଥି ମଧ୍ୟରୁ ବୀଣା ପାଣି ନୋଡାଲ ହାଇସ୍କୁଲ ସେଂଟରର ସର୍ବାଧିକ ୫୧ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି । ବୀଣା ପାଣି ନୋଡାଲ ହାଇସ୍କୁଲରେ ୧୭୦ଜଣ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ ।