ବଢ଼ିଲା ଆୟକର ଛାଡ଼ ସୀମା: ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼

313

କନକ ବ୍ୟୁରୋ: ମଧ୍ୟବିତଙ୍କୁ ଆଶ୍ୱସ୍ତ କଲେ ଅର୍ଥମନ୍ତ୍ରୀ । ୨୦୨୩-୨୪ ସାଧାରଣ ବଜେଟରେ ଟିକସ ସ୍ଲାବରେ ବଡ଼ ପରିବର୍ତନ କରାଯାଇଛି । ଆୟକର ଛାଡ଼ ସୀମାକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବରୁ ୫ ଲକ୍ଷ ଟଙ୍କା ଥିଲା । ୨୦୨୦ରେ ଆସିଥିବା ନୂଆ ଟ୍ୟାକ୍ସ ରେଜିମ୍ରେ ଟ୍ୟାକ୍ସ ସ୍ଲାବକୁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର । ନଜର ପକାନ୍ତୁ, ନୂଆ ଟ୍ୟାକ୍ସ ସ୍ଲାବ ଉପରେ –

ନୂଆ ଟ୍ୟାକ୍ସ ସ୍ଲାବ
ଶୂନରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ନାହିଁ
୩ ଲକ୍ଷ – ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫%
୬ ଲକ୍ଷରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦%
୯ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୫%
୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୦%
୧୫ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ

ଏହି ୫ଟି ଆୟକର ସ୍ଲାବ କେବଳ ନୂଆ ରେଜିମ୍ ପାଇଁ ଲାଗୁ ହେବ । ପୁରୁଣା ଆୟକର ରେଜିମ୍ ପୂର୍ବଭଳି ଅପରିବର୍ତ୍ତିତ ର୍ଖାଯାଇଛି । ତେବେ ସର୍ବାଧିକ ଟିକସ ହାରକୁ କମାଇଛନ୍ତି ଅର୍ଥମନ୍ତ୍ରୀ । ସରଚାର୍ଜକୁ ମିଶାଇ ସର୍ବାଧିକ ଟିକସ ହାର ୪୨.୭ ପ୍ରତିଶତରୁ ୩୯ ପ୍ରତିଶତକୁ ହ୍ରାସ କରାଯାଇଛି । ଅର୍ଥାତ ଆୟ ଯେତେ ଅଧିକ ହେଲେ ବି ସରଚାର୍ଜକୁ ମିଶାଇ ଟିକସ ହାର ୩୯ ପ୍ରତିଶତ ହିସାବରେ ଦେବାକୁ ହେବ । ଏହାସହ ବାର୍ଷିକ ୧୫ ଲକ୍ଷ ୫୦ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଦରମା ପାଉଥିଲେ ୫୨ ହଜାର ୫୦୦ ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ମିଳିବ ।

ଏବେ ନଜର ପକାଇବା ନୂଆ ଟ୍ୟାକ୍ସ ସ୍ଲାବରେ କେତେ ମିଳିବ ଫାଇଦା? ବଜେଟ୍ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ କହିଛନ୍ତି,
ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆଦୌ ଟିକସ ପଡିବନି
ବାର୍ଷିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲେ ଆୟକର ବାବଦରେ ଦେବାକୁ ପଡ଼ିବ ୪୫ ହଜାର ଟଙ୍କା
ପୂର୍ବରୁ ୬୦ ହଜାର ଟଙ୍କା ଦେବାକୁ ପଡୁଥିଲା
୧୦ ଲକ୍ଷ ଆୟ ହେଉଥିଲେ ଏବେ ଦେବାକୁ ପଡ଼ିବ ୬୦ ହଜାର ଟଙ୍କା, ପୂର୍ବରୁ ୭୫ ହଜାର ଟଙ୍କା ପଡ଼ୁଥିଲା
୧୧ ଲକ୍ଷରେ ଦେବାକୁ ପଡ଼ିବ ୭୫ ହଜାର ଟଙ୍କା, ପୂର୍ବରୁ ଦେବାକୁ ହେଉଥିଲା ୯୫ ହଜାର ଟଙ୍କା
୧୨ ଲକ୍ଷରେ ଦେବାକୁ ପଡ଼ିବ ୯୦ ହଜାର, ପୂର୍ବରୁ ଲକ୍ଷେ ୫ ହଜାର ଦେବାକୁ ପଡ଼ୁଥିଲା
ବାର୍ଷିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହେଉଥିଲେ ଦେବାକୁ ପଡିବ ଦେଢ଼ ଲକ୍ଷ ଟଙ୍କା
ପୂର୍ବରୁ ୧ ଲକ୍ଷ ୮୭ ହଜାର ୫୦୦ ଟଙ୍କା ଦେବାକୁ ପଡ଼ୁଥିଲା

ଆୟ            କେତେ ଦେବେ            କେତେ ଥିଲା                କେତେ ଲାଭ
୭ ଲକ୍ଷ          ୦୦                        ୩୨,୫୦୦/-              ୩୨,୫୦୦/-
୮ ଲକ୍ଷ          ୩୫,୦୦୦/-           ୪୫,୦୦୦/-              ୧୦,୦୦୦/-
୯ ଲକ୍ଷ          ୪୫,୦୦୦/-           ୬୦,୦୦୦/-               ୧୫,୦୦୦/-
୧୦ ଲକ୍ଷ       ୬୦,୦୦୦/-           ୭୫,୦୦୦/-               ୧୫,୦୦୦/-
୧୧ ଲକ୍ଷ       ୭୫,୦୦୦/-           ୯୫,୦୦୦/-                ୨୦,୦୦୦/-
୧୨ ଲକ୍ଷ       ୯୦,୦୦୦/-           ୧,୦୫,୦୦୦/-            ୨୫,୦୦୦/-
୧୫ ଲକ୍ଷ       ୧,୫୦,୦୦୦/-       ୧,୮୭,୦୦୦/-            ୩୭,୫୦୦/-