ଭୋଟ ଦେବେ ଶତାୟୁ ଭୋଟର । ଜଳେଶ୍ୱର ନିର୍ବାଚନ ମଣ୍ଡଳିର କାଦରାୟାଁ ଗାଁର ୧୨୨ ବର୍ଷୀୟା ଭୋଟର ଚୈନା ବାନୁ । ମତଦାନ ତାରିଖ ଅପେକ୍ଷାରେ ରହିଛନ୍ତି ଚୈନା ବାନୁ ।

50

କନକବ୍ୟୁରୋ: ଭୋଟ୍ ଦେବେ ଶତାୟୁ ଭୋଟର୍ । ବୟସ ୧୨୨ ଛୁଇଁଲାଣି । ହେଲେ ନିଜ କର୍ତବ୍ୟ ଆଉ ଅଧିକାର ପ୍ରତି ବେଶ୍ ସଚେତନ । ପ୍ରତିବର୍ଷ ଭଳି ଚଳିତଥର ବି ନିଜ ମତଦାନ କରିବେ । ଏନେଇ ଚାହିଁ ବସିଛନ୍ତି ଜଳେଶ୍ୱର ନିର୍ବାଚନ ମଣ୍ଡଳିର କାଦରାୟାଁ ଗାଁର ଚୈନା ବାନୁ । ଅଭାବ ଭିତରେ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ହେଲେ ମନରେ କୌଣସି କ୍ଷୋଭ ନାହିଁ । ନିଜ ପସନ୍ଦ ପ୍ରାର୍ଥୀ ବାଛି ସାରିଥିବା ବେଳେ ଏବେ ଅପେକ୍ଷା କରିଛନ୍ତି ମତଦାନ ତାରିଖକୁ । ଭୋଟ ଦେବେ ସବୁଠାରୁ ବୟସ୍କ ମହିଳା ।

ଜଳେଶ୍ୱର ନିର୍ବାଚନ ମଣ୍ଡଳିର କାଦରାୟାଁ ଗାଁର ସବୁଠାରୁ ବୟସ୍କ ମହିଳା ଚୈନା ବାନୁ । ବେଶ୍ ଉତ୍ସୁକତାର ସହିତ ଅନାଇ ବସିଛନ୍ତି ମତଦାନ ଦିବସକୁ । ବୟସ ୧୨୨ ଛୁଇଁଲାଣି । ହେଲେ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଆଗଭର ହୋଇ ରହିଛନ୍ତି ଚୈନା । ଏବେଠୁ ନିଜର ମତ ସାବ୍ୟସ୍ତ କରି ଅନେକ ନେତା ବାଛି ସାରିଲେଣି । ବୟସ ଢେର ଅଧିକ ହେଲେ ମଧ୍ୟ ନିଜର ସ୍ୱାସ୍ଥ୍ୟ ପ୍ରତି ସେ ବେଶ ଯତ୍ନବାନ ଅଛନ୍ତି । ଚଲାବୁଲା କରିବା ପାଇଁ ହାତ ଗୋଡରେ ସେତିକି ଶକ୍ତି ସାମର୍ଥ୍ୟ ନାହିଁ କିନ୍ତୁ ଦୃଷ୍ଟିଶକ୍ତି କମିନାହିଁ ।

ନିଜ ଅଧିକାର ଓ କର୍ତବ୍ୟ ପ୍ରତି ସଚେତନ ଅଛନ୍ତି ଚୈନା । ଚୈନା ବାନୁ ଜଣେ ସଚେତନ ନାଗରିକ । ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକ ଥର ନିଜତ ମତ ସାବ୍ୟସ୍ତ କରି ଅନେକ ନେତାଙ୍କୁ ବାଛି ସାରିରେଣି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରି ସୁବିଧା କିଛି ମିଳି ପାରି ନାହିଁ । କେବଳ ଭତାକୁ ଛାଡିଦେଲେ ନା ଘର ମିଳୁଛି ନା ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କ ନାମକୁ ସାମିଲ କରାଯାଉଛି । ଘର ଖଣ୍ଡିଏ ନଥିବାରୁ ଗୋଟିଏ ଛୋଟିଆ ଆଜବେଷ୍ଟସ ଘରେ ପୁଅ ବହୁ ନାତି ନାତୁଣି ମାନଙ୍କ ସହିତ ଦୟନୀୟ ଅବସ୍ଥାରେ ରହୁଛନ୍ତି । ଏତେ ସବୁ ପରେ ତାଙ୍କର ଭୋଟ ଦେବାର ଉତ୍ସାହ କମିନି ।

ଆଗ୍ରହର ସହିତ ସେହି ଦିନକୁ ଚାହିଁ ରହିଛନ୍ତି । କେବେ ସେହି ଦିନ ଆସିବ ସେନେଇ ପଚାରି ବୁଝୁଛନ୍ତି । ଆଗରୁ ନିଜେ ମତଦାନ କରୁଥିଲେ । ଏବେ ଚଲାବୁଲା କରିବାକୁ ସକ୍ଷମ ନଥିବାରୁ ମତଦାନ କେନ୍ଦ୍ରକୁ କେହି ନେଇଗଲେ ମତ ଦେଉଛନ୍ତି ବୋଲି କହୁଛନ୍ତି ପରିବାର ଲୋକେ । ସମସ୍ୟା ଭିତରେ ଜୀବନ ଜୀଉଁଥିବା ଶତାୟୁ ମହିଳା ଚୈନାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।