ରାୟବରେଲୀ ପହଂଚି ରାହୁଲଙ୍କ ପାଇଁ ଭୋଟ ଭିକ୍ଷା କଲେ ସୋନିଆ । ଭୋଟରଙ୍କୁ ଭାବୁକ ନିବେଦନ

81

କନକ ବ୍ୟୁରୋ : ସୋନିଆ ଗାନ୍ଧୀ ଆଜି ପୁଅ ରାହୁଲ ଗାନ୍ଧୀଙ୍କ ପାଇଁ ଉତ୍ତରପ୍ରଦେଶର ରାଏବରେଲୀ ଆସନରେ ଭୋଟ ଭିକ୍ଷା କରିଛନ୍ତି । ତାଙ୍କ ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

ଏନେଇ ଆୟୋଜିତ ଜନସଭାକୁ ସମ୍ବୋଧନ କରି ସୋନିଆ ଗାନ୍ଧୀ କହିଛନ୍ତି କି, ରାଏବରେଲୀର ଜନତାଙ୍କ ହାତରେ ମୁଁ ରାହୁଲ ଗାନ୍ଧୀଙ୍କୁ ସମର୍ପିତ କରୁଛି , ମୋର ବିଶ୍ୱାସ ରହିଛି କି, ରାଏବରେଲୀବାସୀ ମୋତେ କେବେ ନିରାଶ କରିବେ ନାହିଁ । ଗତ ଦୁଇ ଦଶନ୍ଧି ଧରି ରାଏବରେଲୀରୁ ସୋନିଆ ଗାନ୍ଧୀ ସାଂସଦ ଭାବେ ନିର୍ବାଚିତ ହେଉଥିଲେ । ହେଲେ ଏବେ ସେ ରାଜ୍ୟସଭାକୁ ଯାଇଥିବାରୁ ତାଙ୍କ ସ୍ଥାନରେ ରାହୁଲ ଗାନ୍ଧୀ ରାଏବରେଲୀରୁ ନିର୍ବାଚନ ଲଢୁଛନ୍ତି ।

ଜନସଭାକୁ ସମ୍ବୋର୍ଦ୍ଧିତ କରି ସୋନିଆ କହିଥିଲେ କି, ଅନେକ ଦିନ ପରେ ରାଏବରେଲୀ ଲୋକଙ୍କ ପାଖରେ ପହଂଚିପାରିଥିବାରୁ ତାଙ୍କୁ ଖୁସି ଅନୁଭବ ହେଉଛି । ଏହାସହ ରାଏବରେଲୀ ଭୋଟର ଦୀର୍ଘଦିନ ଧରି ତାଙ୍କୁ ସାଂସଦ ଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସୋନିଆ ଗାନ୍ଧୀ କହିଛନ୍ତି କି, ମୁଁ ରାହୁଲ ଓ ପ୍ରିୟଙ୍କାକୁ ସେହି ଶିକ୍ଷା ଦେଇଛି ଯାହା ଗାନ୍ଧୀ ପରିବାର ମୋତେ ଦେଇଥିଲା । ସମସ୍ତଙ୍କୁ ଆଦର କରିବ. ଦୁର୍ବଳ ବର୍ଗର ଲୋକଙ୍କ ଅଧିକାର ପାଇଁ ଲଢେଇ କରିବା ଗାନ୍ଧୀ ପରିବାର ରକ୍ତରେ ଅଛି ବୋଲି ସୋନିଆ ଗାନ୍ଧୀ କହିଥିଲେ ।