ଆତଙ୍କବାଦୀଙ୍କ ପାଇଁ ମୂଖ୍ୟ ଅସ୍ତ୍ର ସାଜିଥିଲା ଏହି ୧୪ଟି ଆପ୍ । ଷଡଯନ୍ତ୍ର ଓ ଅପପ୍ରଚାର ପାଇଁ ବ୍ୟବହାର ହେଉଥିଲା ଏହି ଆପ୍ଲିକେଶନ୍

210

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ ଗତିବିଧି ବଢିବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ପୁଂଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଯାହାକୁ ନେଇ ହାଇ ଆଲର୍ଟରେ ରହିଛି ଭାରତୀୟ ସେନା । ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନେ ତଥ୍ୟ ପହଞ୍ଚାଇବା ପାଇଁ ୧୪ଟି ମେସେଞ୍ଜର ଆପର ବ୍ୟବହାର କରୁଥିଲେ । ସୂଚନା ମିଳିବା ପରେ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

ଆତଙ୍କବାଦୀମାନେ କ୍ରିପୱାଇଜର, ଏନିଗମା, ବିକର୍ମ, ମିଡିଆଫାୟାର, ବ୍ରିଆର, ବେଚାଟ୍, ନନ୍ଦବକ୍ସ, କନିଅନ, ଆଇଏମଓ, ଏଲିମେଣ୍ଟ୍, ସେକେଣ୍ଡ୍ ଲାଇନ୍, ଜାଙ୍ଗି, ଥ୍ରିମା ଆଦି ଭଳି ମେସେଞ୍ଜର ଆପକୁ ବ୍ୟବହାର କରି ତଥ୍ୟ ଏପଟ ସେପଟ କରୁଥିଲେ ଏବଂ ଆକ୍ରମଣର ଷଡଯନ୍ତ୍ର ରଚୁଥିଲେ । ଗୁପ୍ତ ସୂଚନାରୁ ଏହା ଜଣାପଡିବା ପରେ ଏହି ୧୪ଟି ଆପକୁ କେନ୍ଦ୍ର ସରକାର ବ୍ଲକ୍ କରିଦେଇଛନ୍ତି ।

ସବୁଠୁ ବଡ କଥା ହେଉଛି, ଯୁବପୀଢିଙ୍କୁ ହିଂସା କରିବା ଦିଗରେ ଉତ୍ସାହିତ କରିବା ଏବଂ ଅପ ପ୍ରଚାର କରିବା ପାଇଁ ଏହି ସବୁ ମେସେଞ୍ଜିଂ ଆପ୍ ଗୁଡିକୁ ବ୍ୟବହାର କରୁଥିଲେ ଆତଙ୍କବାଦୀ । ତେଣୁ ଏହି ଆପ୍ ଗୁଡିକୁ ଧାରା ୬୯ ଅନୁଯାଇ ବ୍ଲକ୍ କରାଯାଇଥିବା ଏକ ବରିଷ୍ଠ ଖୁଫିଆ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ।