ଦୁର୍ଘଟଣାରେ ଶିବସଂଗ୍ରାମ ପାର୍ଟିର ପୂର୍ବତନ ବିଧାୟକ ମୃତ । ଅଙ୍ଗରକ୍ଷୀ, ଡ୍ରାଇଭର ମଧ୍ୟ ଗୁରୁତର

277

କନକ ବ୍ୟୁରୋ: କାର ଧକ୍କାରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ଶିବସଂଗ୍ରାମ ପାର୍ଟିର ପୂର୍ବତନ ବିଧାୟକ ବିନାୟକ ମେଟେ ତାଙ୍କ କାରରେ ବିଡରୁ ମୁମ୍ବାଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ତାଙ୍କ ଡ୍ରାଇଭର ଖୋପୋଲି ନିକଟରେ ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲେ। ତେଣୁ କାରଟି ସାମ୍ନାକୁ ଯାଉଥିବା ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା। ଶିବସଂଗ୍ରାମ ପାର୍ଟି ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ।

ବିନାୟକ ମେଟେ ତାଙ୍କ କାରରେ ବିଡରୁ ମୁମ୍ବାଇ ଯାଉଥିଲେ। କୁହାଯାଉଛି ଯେ ତାଙ୍କ ଡ୍ରାଇଭର ଖୋପୋଲି ନିକଟରେ ଗାଡିଉପରେ ନିୟନ୍ତ୍ରଣ ହରାଇଥିଲେ। ତେଣୁ କାରଟି ସାମ୍ନାକୁ ଯାଉଥିବା ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମେଟେଙ୍କ କାର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସା ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମେଟେଙ୍କ ଅଙ୍ଗରକ୍ଷୀ ଏବଂ ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ଚିନ୍ତାଜନକ ବୋଲି କୁହାଯାଉଛି। ଦୁହେଁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।