ଛତିଶଗଡରେ ରେଡ୍ ଆଲର୍ଟ ଜାରି : ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ଘରେ ପଶୁଛି ପାଣି

198

କନକ ବ୍ୟୁରୋ : ଛତିଶଗଡରେ ରେଡ୍ ଆଲର୍ଟ ଜାରି । ବିଳାସପୁର ଓ ରାୟପୁର ରେଞ୍ଜ ଲାଗି ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ରାୟଗଡ, ବଲୋଦାବଜାର, ଜାଞ୍ଜଗିର ଚାମ୍ପା, ରେଡ୍ ଆଲର୍ଟ ଜାରି । ବିଳାସପୁର, କୋର୍ବା, ମଙ୍ଗେଲି, ଗରିଆବାଦ, ରାୟପୁର, ଦୁର୍ଗ ଓ ଧମତରି ସଂଲଗ୍ନକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଶିଓରୀ ନାରାୟଣ ପୋଲ ଉପରେ ମହାନଦୀ ପାଣି ପ୍ରବାହିତ ହେଉଛି ।

ଛତିଶଗଡ଼ରେ ଭୀଷଣ ବନ୍ୟା ଯୋଗୁଁ ଫୁଲୁଛି ମହାନଦୀ । ଜାଞ୍ଜଗିର ଚାମ୍ପାରେ ସ୍ଥିତି ସଙ୍ଗୀନ । ଶିଓରୀ ନାରାୟଣ ପୋଲ ଉପରେ ମହାନଦୀ ପାଣି ପ୍ରବାହିତ ହେଉଛି । ରାଜଧରନୀ ରାୟପୁର ସହ ଜାଞ୍ଜଗିରି ଚାମ୍ପା ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ବଲୋଦାବାଜାର ଓ ବିଲାସପୁର ସହ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲିଠାରୁ ଜାଞ୍ଜଗିରି ସମେତ ବଲୋଦାବଜାର, ରାୟଗଡ଼ ଆଦି ଜିଲ୍ଲାରେ ମୁଷଳଧାରରେ ବର୍ଷା ଜାରି ରହିଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ଘରେ ପାଣି ପଶୁଛି । ଫଳରେ ଲୋକେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି ।