ଅତିରିକ୍ତ ଦାୟିତ୍ୱ ମିଳିବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା : କହିଲେ, ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତୁଲାଇବାକୁ ପ୍ରୟାସ କରୁଛନ୍ତି

177

କନକ ବୁୟରୋ : ମନ୍ତ୍ରିମଣ୍ଡଳରୁ ରୋହିତ୍ ପୂଜାରୀ ବିଦାୟ ହେବା ଓ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଆଉ ଏହି ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଅତନୁ ସବ୍ୟସାଚୀ । କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେ ତାକୁ ଭଲ ଭାବରେ ତୁଲାଇବାକୁ ପ୍ରୟାସ କରୁଛନ୍ତି ।

ତେବେ ୫ଟି ଆଧାରରେ ସବୁ କାର୍ଯ୍ୟ ଚାଲୁଛି । କିନ୍ତୁ ରୋହିତ ପୂଜାରଙ୍କ ବିଦା ହେବା ପ୍ରସଙ୍ଗରେ କିଛି କହିନାହାନ୍ତି । ଅନ୍ୟପଟେ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ କାହିଁକି ବାଦ ଦେଲେ, ତାର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ । ରୋହିତଙ୍କୁ ବିଦା କରାଯିବା ପଛରେ, ବିଭାଗର ଖରାପ ପ୍ରଦର୍ଶନ, ଆର୍ଥିକ ଅନିୟମିତତା, ଓ ରାଜନୈତିକ କାରଣ ଥାଇପାରେ ବୋଲି ଆଲୋଚନା ହେଉଛି ।