ଆଇସିସିର ଐତିହାସିକ ନିଷ୍ପତ୍ତି, ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁରୁଷ କ୍ରିକେଟ ଟିମ୍ ଭଳି ମହିଳା କ୍ରିକେଟ ଟିମକୁ ମିଳିବ ସମାନ ପୁରସ୍କାର ରାଶି

211

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି କି ଆଇସିସି ଟୁର୍ଣ୍ଣାମେଣ୍ଟରେ ଏବେ ପୁରୁଷ ଓ ମହିଳା ଉଭୟ କ୍ରିକେଟ ଟିମକୁ ସମାନ ପୁରସ୍କାର ରାଶି ମିଳିବ । ଏହା ଆଗାମୀ ଟି-୨୦ ବିଶ୍ୱକପରୁ ଆରମ୍ଭ ହୋଇପାରେ । ମହିଳା କ୍ରିକେଟ ଟିମ୍ ପାଇଁ ଆଇସିସିର ଏହା ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଇଛି । ବିସିସିଆଇ ଅଧ୍ୟକ୍ଷ ଜୟ ଶାହା ଏନେଇ ଏକ ଟ୍ୱିଟ୍ କରି ଆଇସିସିକୁ ଧନ୍ୟବାଦ ଦେଇଛନ୍ତି ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ସମାନ ପୁରସ୍କାର ରାଶିକୁ ନେଇ ଦୀର୍ଘଦିନ ହେବ ଆଲୋଚନା ଚାଲିଥିଲା । ହେଲେ ସାଉଥ୍ ଆଫ୍ରିକାର ଡରବନ ଠାରେ ଆୟୋଜିତ ଆଇସିସିର ବାର୍ଷିକ ସମ୍ମିଳନୀରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି । ଆଇସିସିର ଚେୟାରମ୍ୟାନ ଗ୍ରେଗ ବାର୍କିିଲେ ଏକ ବୟାନ ଜାରି କରି କହିଛନ୍ତି କି, ଏହା ଆମ ଖେଳ ଇତିହାସରେ ଏକ ମହତ୍ୱପୂର୍ଣ୍ଣ କ୍ଷଣ, ଏହାସହ ମୋତେ ଗର୍ବ ଲାଗୁଛି କି ଏବେ ପୁରୁଷ ଓ ମହିଳା କ୍ରିକେଟ ଖେଳାଳିଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ।

ବାର୍କିଲେ କହିଛନ୍ତି କି ୨୦୧୭ ପରେ ମହିଳା କ୍ରିକେଟକୁ ମଜବୁତ କରିବା ଦିଗରେ ଆଇସିସି କାର୍ଯ୍ୟ କରୁଛି । ଏବେ ମହିଳା କ୍ରିକେଟ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେଉ କି ଟି-୨୦ ବିଶ୍ୱକପ ଅଥବା ୧୯ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟ ସମସ୍ତ ମ୍ୟାଚରେ ପୁରୁଷ କ୍ରିକେଟରଙ୍କୁ ଯେତିକି ପୁରସ୍କାର ରାଶି ମିଳୁଛି ଏବେ ମହିଳା କ୍ରିକେଟରଙ୍କୁ ବି ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ।