ଏଲନ ମସ୍କ ବିକୁଛନ୍ତି ପରଫ୍ୟୁମ । ଗୋଟିଏ ଥରରେ ବିକ୍ରି ହେଲା ୧୦ ହଜାର ବୋତଲ, ଜାଣନ୍ତୁ କେତେ ରହିଛି ଦାମ

279

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ ଏବେ ଫରଫ୍ୟୁମ୍ ବିକ୍ରେତା ସାଜିଛନ୍ତି । ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ବ୍ରଣ୍ଟ ହେୟାର ନାମକୁ ଏକ ପରଫ୍ୟୁମ୍ ବ୍ରାଣ୍ଡ ଲଂଚ କରିଛନ୍ତି । ଏନେଇ ସେ ଦାବି କରିଛନ୍ତି କି ଏହି ପରଫ୍ୟୁମ ବିଶ୍ୱର ସବୁଠାରୁ ସୁଗନ୍ଧିତ ବ୍ରାଣ୍ଡ ଅଟେ ।

ଏଲନ ମସ୍କ ବ୍ରଣ୍ଟ ହେୟାର ନାମକ ଏକ ପରଫ୍ୟୁମ୍ ବ୍ରାଣ୍ଡ ଲଂଚ କରିଥିବା ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି । ଦ ବୋରିଙ୍ଗ କମ୍ପାନୀରେ ଏହାର ଏକ ଅଲଗା ଭାବେ ବାଏ ନାଉଁ ପେଜ ଦେଖିବାକୁ ମିଳିଛି । ଏଲନମସ୍କ କହିଛନ୍ତି କି ଏହି ପରଫ୍ୟୁମ୍ ଉଭୟ ପୁରୁଷ ମହିଳା ଓ ଛୋଟ ପିଲାମାନେ ବ୍ୟବହାର କରିପାରିବେ । ଏହାର ଗୋଟିଏ ବୋତଲର ଦାମ କମ୍ପାନୀ ତରଫରୁ ୧୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୮,୪୦୦ ଟଙ୍କା ରହିଛି । ଏହାପରେ ଆପଣଙ୍କୁ ସିପିଂ ଚାର୍ଜ ଅଲଗା ଭାବେ ଦେବାକୁ ହେବ । ଏହାସହ ଆପଣ ଏହି ପରଫ୍ୟୁମର ଦାମ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ମଧ୍ୟ ଦେଇପାରିବେ । ଏଥିପାଇଁ ସିପିଂ ଚାର୍ଜ ୩ ହଜାର ଟଙ୍କା ଲାଗିବ ।

ଟେସଲା ଓ ସ୍ପେସେକ୍ସ ଭଳି କମ୍ପାନୀର ମୁଖ୍ୟ ଏଲନ ମସ୍କ ସେପ୍ଟେମ୍ବର ମାସରେ ଫରଫ୍ୟୁମ୍ ମାର୍କେଟକୁ ଓହ୍ଲାଇବା ନେଇ ସୂଚନା ଦେଇଥିଲେ । ସେତେବେଳେ ଲୋକମାନେ ଏହାକୁ ଏକ ମଜାକ୍ ବା କୌତୁହଳ ବୋଲି ଭାବିଧିଲେ । ଏହି ପରଫ୍ୟୁମର ସ୍ୱତନ୍ତ୍ରତା ବାବଦରେ ମସ୍କ କହିଛନ୍ତି କି ଏହା ବିପରିତ ଇଚ୍ଛାର ବାସ୍ନା ଦେବ, ଆପଣଙ୍କୁ ଭିଡ ଭିତରେ ବି ସ୍ୱତନ୍ତ୍ର ପରିଚୟ ଦେବ ।