୩ ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ ! ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସମ୍ଭାବନା

162

କନକ ବ୍ୟୁରୋ : ୩ ରାଜ୍ୟ ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା ସମ୍ଭାବନା । ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସମ୍ଭାବନା ରହିଛି । ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ପାଇଁ ବିଗୁଲ ବାଜିବ । ଅପରାହ୍ଣ ୨ଟା ୩୦ରେ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ । ତେବେ ଚଳିତ ବର୍ଷ ମାର୍ଚ୍ଚ ମାସର ଭିନ୍ନ ଭିନ୍ନ ତାରିଖରେ ନାଗାଲାଣ୍ଡ୍‌, ତ୍ରିପୁରା ଓ ମେଘାଳୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ନାଗାଲାଣ୍ଡ୍‌, ମେଘାଳୟ ଓ ତ୍ରିପୁରା ବିଧାନସଭାର ୫ ବର୍ଷିଆ କାର୍ଯ୍ୟକାଳ ଯଥାକ୍ରମେ, ମାର୍ଚ୍ଚ ୧୨, ମାର୍ଚ୍ଚ ୧୫ ଓ ମାର୍ଚ୍ଚ ୨୨ରେ ଶେଷ ହେବ ।