ଦେଶର ୮ ରାଜ୍ୟ ବଢାଇଲେଣି ସଂକ୍ରମଣ ଚିନ୍ତା: ୩ ଶହ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୫%ରୁ ଅଧିକ

101

କନକ ବ୍ୟୁରୋ: ଦେଶର ୮ଟି ରାଜ୍ୟର ସଂକ୍ରମଣ ବଢ଼ାଉଛି ଚିନ୍ତା । ୩ ଶହ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୫%ରୁ ଅଧିକ ରହିଛି । ଏହି ୮ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ପଶ୍ଚିମବଂଗ, ତାମିଲନାଡୁ, କର୍ଣ୍ଣାଟକ, ଉତରପ୍ରଦେଶ, ଦିଲ୍ଲୀ, କେରଳ ଓ ଗୁଜରାଟ ରହିଛି । ଦେଶର ୩ଶହ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ରହିଛି । କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରୱାଲ ଆଜି ପ୍ରେସ କନଫରେନସ କରି ଏହା କହିଛନ୍ତି । ଦେଶରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ୯ ଲକ୍ଷ ୩୩ ହଜାର ଟପିସାରିଛି ।

କେରଳରେ ଗୋଟିଏ ଦିନରେ ସର୍ବାଧିକ ୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ, ରାଜସ୍ଥାନ, ଦିଲ୍ଲୀ ଓ କର୍ଣ୍ଣାଟକ ପରେ କେରଳରେ ସବୁଠୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ଏଯାଏଁ ମୋଟ୍ ୪୨୧ ଜଣ ଓମିକ୍ରନ ଆକ୍ରାନ୍ତଙ୍କୁ ଠାବ କରାଯାଇ ସାରିଛି । ସେହିପରି ଏବେ ବିଶ୍ୱର ୧୫୯ଟି ଦେଶରେ ବଢି ଚାଲିଛି । ୟୁରୋପ ସମେତ ୮ଟି ଦେଶରେ ୨ ସପ୍ତାହ ହେବ ଦୁଇ ଗୁଣା ଅଧିକ ବଢିଛି ବୋଲି ସୂଚନା ରହିଛି । ସାରା ବିଶ୍ୱରେ ଓମିକ୍ରନରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ ଜଣଙ୍କର ମୃତ୍ୟୁ ଘଟିଛି ।