ଭାରତ ବାୟୋଟେକର ବଡ ଦାବି: ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ କୋଭାକ୍ସିନର ବୁଷ୍ଟର ଡୋଜ ପ୍ରଭାବୀ

109

କନକ ବ୍ୟୁରୋ: କରୋନାର ଦୁଇ ଭ୍ୟାରିଆଟଂ ଡେଲଟା ଏବଂ ଓମିକ୍ରନ ବିରୋଧରେ ଭାରତ ବାୟୋଟେକର ଟିକା କୋଭାକ୍ସିନ୍ ପ୍ରଭାବୀ । ବୁଷ୍ଟର ଡୋଜ ବା ତୃତୀୟ ଟିକା ଭାବରେ ଏହା ନେଲେ ପ୍ରଭାବୀ ବୋଲି ଭାରତ ବାୟୋଟେକ କହିଛି । ତେବେ ଗୋଟିଏ ଦିନ ପୂର୍ବରୁ ଆଇସିଏମଆର ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମଆରର ବରିଷ୍ଠ ଚିକିତ୍ସକ ଡାକ୍ତର ଜୟପ୍ରକାଶ ମୁଲିୟଲି କହିଥିଲେ ବୁଷ୍ଟର ଡୋଜ୍ କୌଣସି ବଡ଼ ଧରଣର ପରିବର୍ତନ ଆଣିପାରିବ ନାହିଁ  ।

ସଂକ୍ରମଣ ହେବ ହିଁ ହେବ  । ବୁଷ୍ଟର ଡୋଜ୍ ସତ୍ୱେ ସାରା ବିଶ୍ୱରେ ସଂକ୍ରମଣ ହୋଇଛି  । ଆମ ମଧ୍ୟରୁ ଅଧିକାଂଶଙ୍କୁ ଜଣାପଡ଼ିବନି ଯେ, ସଂକ୍ରମିତ ହୋଇସାରିଲେଣି  । ଏହା ୮୦ ପ୍ରତିଶତଙ୍କ କ୍ଷେତ୍ରରେ ଘଟିପାରେ । ଆମେ ଡେଲଟା ଭୂତାଣୁ ଠାରୁ ଅନ୍ୟ ଏକ ଭାରିଏଂଟ ସହ ମୁକାବିଲା କରୁଛେ । ଏହାକୁ ରୋକିବା ଅସମ୍ଭବ ।

କିନ୍ତୁ ଭାରତ ବାୟୋଟେକ ଆଜି ବିବୃତି ଜାରି କରି କହିଛି, ଟ୍ରାଏଲ ବେଳେ ବୁଷ୍ଟର ଡୋଜର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ବୁଷ୍ଟର ଡୋଜ ନେବା ପରେ ମଣିଷ ଶରୀରର ଆଂଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ୫ ଗୁଣା ବଢିଯାଏ ବୋଲି ଏହି ଟିକା ନିର୍ମାତା କମ୍ପାନୀ ଦାବି କରିଛି । ଦେଶରେ ଓମିକ୍ରନ ଭୟ ଭିତରେ ଜାନୁଆରୀ ୧୦ରୁ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ତୃତୀୟ ଡୋଜ ଦିଆଯାଉଛି ।