5T ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼ ପଡ଼ିବ ମହଙ୍ଗା ! ଅଣ୍ଡାମାଡ଼ କରିଥିବା କର୍ମୀଙ୍କ ପାଇଁ ଫେସବୁକରେ ଏମିତି ଲେଖିଲା ‘ଆପ୍’ ଓଡ଼ିଶା ଶାଖା ।

747

କନକ ବ୍ୟୁରୋ: ମହଙ୍ଗା ପଡ଼ିବ ଫାଇଭ୍-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ । ସୁବର୍ଣ୍ଣପୁରର ଉଲୁଣ୍ଡାକୁ ଗସ୍ତ ସମୟରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି ଆପ୍ କର୍ମୀ । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଓଡିଶା ଶାଖାର ପ୍ରତିକ୍ରିୟା ରଖିଛି । ଆଉ ଦଳ ଫେସବୁକ୍ ପେଜରେ ପୋଷ୍ଟ କରି ଲେଖିଛି ଯେ, କୌଣସି ସମସ୍ୟାର ସମାଧାନ ଦାବି କରିବା ଏବଂ ଗଣତାନ୍ତ୍ରିକ ଉପାୟରେ କରିବା ହେଉଛି ଆପର ବିଚାରଧାରା । ଅଣ୍ଡାମାଡ କରିବା ପାର୍ଟିର ନୀତି ବିରୁଦ୍ଧ କାମ । ଯେଉଁ ଦଳୀୟ କର୍ମୀମାନେ ଏପରି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ, ଆଜି ୫ଟି ସଚିବ ସୁବର୍ଣ୍ଣପୁର ଗସ୍ତରେ ଯାଇଛନ୍ତି । ସେଠାରେ ସେ ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ । ତେବେ ଆଜି ପ୍ରଥମେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଉଲୁଣ୍ଡା ବ୍ଲକ କଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପହଞ୍ଚିଥିଲେ, ସେଠାରୁ ସେ ଉଲୁଣ୍ଡା ଗସ୍ତ କରୁଥିବାବେଳେ ତାଙ୍କ ଗାଡି ଉପରକୁ ଏହି ଅଣ୍ଡାମାଡ ହେଇଛି । ଖାଲି ସେତିକି ନୁହେଁ, ଅଣ୍ଡାମାଡ କରିବା ସହିତ ଆପ୍ ଦଳର କର୍ମକର୍ତ୍ତା କଳାପତାକା ମଧ୍ୟ ପ୍ରଦର୍ଶନ କରିଛନ୍ତି ।