ବରପଦା ଇଂଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ମାମଲା । ପ୍ରାୟ ୮ ଘଂଟା ଜେରା ପରେ ଇଡି ଅଫିସରୁ ବାହାରିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ

159

କନକ ବ୍ୟୁରୋ : ପ୍ରାୟ ୮ ଘଂଟାର ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଂଜିନିୟରିଂ କଲେଜରେ ଆର୍ଥିକ ଦୁର୍ନୀତି ମାମଲାରେ ଆଜି ସକାଳେ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ । କହିଛନ୍ତି, ତଦନ୍ତକାରୀ ଅଧିକାରୀ ଯାହା ପଚାରିଲେ, ତା’ର ସବୁ ଉତର ଦିଆଯାଇଛି । ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ରେଡ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟର ଟିମ୍    । ଭୁବନେଶ୍ୱର, ଭଦ୍ରକର ଏକାଧିକ ସ୍ଥାନରେ ରେଡ୍ କରିଥିଲା ଇଡି । ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା ଇଡି । ଏନେଇ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା ।