ରକ୍ତ କର୍କଟ ରୋଗୀଙ୍କୁ ଦେଶରେ ମିଳିବ ଅତ୍ୟାଧୁନିକ ଚିକିତ୍ସା । ପ୍ରଥମ ସ୍ୱଦେଶୀ ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପିକୁ ମିଳିଲା ମଂଜୁରୀ

214

କନକ ବ୍ୟୁରୋ : ରକ୍ତ କର୍କଟ ରୋଗୀ ଭାରତରେ ପାଇପାରିବେ ଅତ୍ୟାଧୁନିକ ଚିକିତ୍ସା । ନିକଟରେ ସେଂଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେଶନ ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତରେ ପ୍ରଥମେ ସ୍ୱଦେଶୀ କାର ଟି ବା ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପି ଆରମ୍ଭ ହେବାକୁ ଯାଉଛି । ଏହି ଚିକିତ୍ସା ଦ୍ୱାରା ବିଶେଷ କରି ରକ୍ତକର୍କଟର ଚିକତ୍ସା କରାଯିବ । ୨୦୧୭ ମସିହାରେ ପ୍ରଥମ ଥର ପାଇଁ ଆମେରିକାରେ ଏହି ଥେରାପିରେ ରୋଗୀଙ୍କ ଚିକତ୍ସା କରାଯାଇଥିଲା । ସେତେବେଳେ ୩ରୁ ୪କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଭାରତୀୟ ବୈଜ୍ଞାନିକମାନେ ୨୦୨୮ ମସିହାରେ ଏହି ଥେରାପିକୁ କାର୍ଯ୍ୟକାରୀ କରିବାକୁ ଗବେଷଣା ଆରମ୍ଭ କରିଥିଲା । ଭାରତରେ ୩୦ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ତେବେ ଆଗାମୀ ଦିନରେ ସମସ୍ତ ଡାକ୍ତରଖାନାରେ ସୁଲଭ ଦରରେ ଏହି ଚିକିତ୍ସା ଉପଲବ୍ଧ କରିବାକୁ ଯୋଜନା କରାଯାଉଛି । ଏହି ଚିକିତ୍ସା ରୋଗୀଙ୍କ ଉପରେ ପ୍ରାୟ ୮୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପରୀକ୍ଷଣରୁ ଜଣାପଡିଛି ।