ଚନ୍ଦ୍ରଗ୍ରହଣରେ ହେତୁବାଦୀ ଚିକେନ ବିରିୟାନୀ ଖାଇବା ପ୍ରସଙ୍ଗ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଛତିଶାନିଯୋଗର ଚିଠି ।

98

କନକ ବ୍ୟୁରୋ: ଚନ୍ଦ୍ରଗ୍ରହଣରେ ହେତୁବାଦୀ ଚିକେନ ବିରିୟାନୀ ଖାଇବା ଓ ପରେ ଶ୍ରୀଜଗନ୍ନାଥ, ଶ୍ରୀରାମ ଓ ଲକ୍ଷ୍ମଣଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିଛି । ଏପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ଛତିଶାନିଯୋଗ । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ତଥାକଥିତ ହେତୁବାଦୀମାନେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଶହ ଶହ ବର୍ଷର ଚିରାଚରିତ ପ୍ରଥା ଓ ପରମ୍ପରାକୁ ଖୋଲାଖୋଲି ବିରୋଧ କରି କୋଟି କୋଟି ହିନ୍ଦୁଙ୍କ ଧର୍ମଭାବନା ଓ ବିଶ୍ୱାସକୁ କୁଠାରଘାତ କରିଛନ୍ତି । ତେବେ ଏତିକିରେ ଚୁପ୍ ନରହି ହେତୁବାଦୀମାନେ ଶ୍ରୀଜଗନ୍ନାଥ, ଶ୍ରୀରାମ ଓ ଲକ୍ଷ୍ମଣଙ୍କ ବିରୋଧରେ ମନ୍ତବ୍ୟ ଦେଇ ଭକ୍ତଙ୍କ ଭାବନାକୁ ଆଘାତ ପହଞ୍ଚାଉଛନ୍ତି । ହେତୁବାଦୀମାନେ ସେମାନଙ୍କର ବିଶ୍ୱାସକୁ ନେଇ ବଞ୍ଚନ୍ତୁ, ହେଲେ ହିନ୍ଦୁଙ୍କ ବିଶ୍ୱାସ ଓ ଆସ୍ଥାକୁ ଆଘାତ ପହଞ୍ଚାଇବାରୁ ଦୂରେଇ ରୁହନ୍ତୁ ବୋଲି ଏହି ଚିଠିରେ ଲେଖାଯାଇଛି । ତେଣୁ ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଛତିଶାନିଯୋଗ ।