ବାଲିଯାତ୍ରାରେ ଉଡିବନି ଧୂଳି । ପଡିଆରେ ସିଞ୍ଚନ ହେଉଛି ଇକୋ ଫ୍ରେଣ୍ଡଲି ଲିକ୍ୟୁଇଡ ।

104

କନକ ବ୍ୟୁରୋ: କଟକ ବାଲି ଯାତ୍ରାରେ ଧୂଳି ପ୍ରଦୂଷଣ ରୋକିବାକୁ କଟକ ମହାନଗର ନିଗମର ବଡ ପଦକ୍ଷେପ । ବାଲି ଯାତ୍ରାରୁ ଧୂଳିକୁ ଦୁରେଇବା ପାଇଁ ଡଷ୍ଟ ସପ୍ରେଶନ ସିଷ୍ଟମକୁ ବ୍ୟବହାର କରାଯାଇଛି । ବାଲିଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ ଧୂଳି ପ୍ରଦୂଷଣ ଏକ ବଡ ସମସ୍ୟା ହୋଇଥାଏ । ହେଲେ ଚଳିତ ବର୍ଷ ଧୂଳି ପ୍ରଦୂଷଣକୁ ରୋକିବା ପାଇଁ ସିଏମସି ପକ୍ଷରୁ ଇକୋ ଫ୍ରେଣ୍ଡଲି ଲିକ୍ୟୁଇଡ ସିଞ୍ଚନ କରାଯାଇଛି । ଏହି କେମିକାଲକୁ ପାଣିରେ ଗୋଳାଇ ପଡିଆ ସାରା ସିଞ୍ଚନ କରାଯାଇଛି । ଏହି ପ୍ରକ୍ରିୟାର ନାଁ ହେଉଛି ଡଷ୍ଟ ସପ୍ରେଶନ ସିଷ୍ଟମ । ବ୍ରିଥ ଗ୍ରୀନ ଇଣ୍ଡିଆ ପ୍ରାଇଭେଟ ଲିମିଟ୍ଡେ ପକ୍ଷରୁ ଏହି ନିଆରା ପ୍ରୟାସ କରାଯାଇଛି । କମ୍ପାନୀର ଦାବି ଏହି ଇକୋ ଫ୍ରେଣ୍ଡଲି ଲିକ୍ୟୁଇଡ ସିଞ୍ଚନ କରିବା ପରେ ମାଟି ରାସ୍ତା କଂକ୍ରିଟ ରାସ୍ତା ଭଳି ଶକ୍ତ ହୋଇଥାଏ । ଶୁଖିଯିବା ପରେ ସେହି ରାସ୍ତା ଦେଇ ଗାଡି ଯାଉ ଲୋକେ ଯାଆନ୍ତୁ ଧୂଳି ଉଡିବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥାଏ ବୋଲି କଂପାନୀ ପକ୍ଷରୁ କୁହାଯାଇଛି ।