ଭୁଶୁଡିଲା କ୍ରିପ୍ଟୋ କରେନ୍ସି ବେପାର । ବିଶ୍ୱର ବୃହତ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫଟିଏକ୍ସ ହୋଇଗଲା ଦେବାଳିଆ ।

166

କନକ ବ୍ୟୁରୋ: ବିନିମୟର ମାଧ୍ୟମ ପାଲଟିଥିବା କ୍ରିପ୍ଟୋ କରେନ୍ସିକୁ ନେଇ ଆସିଛି ବଡ ଖବର । ରାତାରାତି ଧନୀ ହୋଇଯାଉଥିବା ଲୋକେ କିପରି ରାତିରାତି କାଙ୍ଗାଳ ହୋଇଯାଉଛନ୍ତି ତାର ଖବର ସାମ୍ନାକୁ ଆସିଛି । ମୋଟା ଅଙ୍କର ଲାଭ ପାଇବା ଆଶାରେ ବିଶ୍ୱର  ଅନ୍ୟତମ କ୍ରିପ୍ଟୋ ଏକ୍ସଚେଞ୍ଜ ଦେବାଳିଆ ହୋଇପଡିଛି । ଏହାର ପ୍ରତିଷ୍ଠାତା ତଥା କ୍ରିପ୍ଟୋ କରେନ୍ସିର ବାଦଶାହା କୁହାଯାଉଥିବା ସାମ ବ୍ୟାଙ୍କମ୍ୟାନ ଫ୍ରାଏଡ କାଙ୍ଗାଳ ହୋଇଯାଇଛନ୍ତି । ୨୬ ଶହ କୋଟି ଡଲାର ତଥା ୧ ଲକ୍ଷ ୩୧ ହଜାର ୨ ଶହ କୋଟିର ମାଲିକ ଥିବା  ସାମଙ୍କ ପାଖରେ ଏବେ କିଛି ନାହିଁ । ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତିର ୯୬ ପ୍ରତିଶତ ହ୍ରାସ ପାଇଛି । ବିଶ୍ୱ ଇତିହାସରେ ଏଭଳି କୌଣସି ଧନୀ ବ୍ୟକ୍ତଙ୍କ ସମ୍ପତି ହ୍ରାସ ହେବା ଦେଖିବାକୁ ମିଳିନଥିଲା । କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇବା କାରଣରୁ ତାଙ୍କର ସମ୍ପତି ମଧ୍ୟ ହ୍ରାସ ପାଇଛି । ବିଟକଏନ ଭଳି ଚର୍ଚ୍ଚିତ କ୍ରିପ୍ଟୋକରେନ୍ସ ମୂଲ୍ୟରେ ବୃଦ୍ଧି ସହ ସାମଙ୍କ ସମ୍ପତି ବୃଦ୍ଧି ପାଇଥିଲା । ପରେ ବିଟ୍ କଏନ ମୂଲ୍ୟ ହ୍ରାସ ପରେ ଏଭଳି ସ୍ଥିତିକୁ ଚାଲିଆସିଛନ୍ତି ସାମ ।