କେବଳ ପୃଥିବୀରେ ନୁହେଁ ଚନ୍ଦ୍ରପୃଷ୍ଠରେ ମଧ୍ୟ ଅନୁଭୁତ ହୁଏ ଭୂମିକମ୍ପ: ତାପମାତ୍ରା ଅସମାନତା କାରଣରୁ ରୀତିମତ କମ୍ପନରେ ଥରେ ଜହ୍ନ

340

କନକ ବ୍ୟୁରୋ: ଚନ୍ଦ୍ରପଷ୍ଠରେ ହୁଏ କମ୍ପନ । ଏନେଇ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଚନ୍ଦ୍ରଯାନ ଥ୍ରୀର ବିକ୍ରମ ଲ୍ୟାଣ୍ଡର ଆଉ ଏବେ ସମାନ କଥା ଦାବି କରୁଛନ୍ତି ଗବେଷକ । ସୂଚନା ଅନୁସାରେ ଚନ୍ଦ୍ରପୃଷ୍ଠରେ ଚାଲିଛି ତାପଜ ଚନ୍ଦ୍ର କମ୍ପନ ବା ଥର୍ମାଲ ମୁ୍ନକ୍ୱାକ୍ । ଏଠାରେ ବ୍ୟାପକ ତାପମାତ୍ରା ଅସମାନତା କାରଣରୁ ଏଠାରେ କମ୍ପନ ହେଉଥିବା କହିଛନ୍ତି ଆମେରିକା ଗବେଷକ ଫ୍ରାନସେସ୍କୋ ସିଭିଲିନ ଓ ତାଙ୍କ ଟିମ୍ । ଜର୍ଣ୍ଣାଲ ଅଫ ଜିଓଫିଜିକାଲ ରିସର୍ଚ୍ଚରେ ପ୍ରକାଶିତ ତଥ୍ୟ ଅନୁସାରେ ଚନ୍ଦ୍ରରେ ଜଳବାୟୁ ନାହିଁ । ଏହାର ତାପମାତ୍ରା ନିୟନ୍ତ୍ରିତ ହୋଇପାରୁନି । ଦିନରେ ଏଠାରେ ତାପମାତ୍ରା ୧୨୦ ଡିଗ୍ରୀ ସେଲସିୟସ ରହୁଥିବାବେଳେ ରାତିରେ ମାଇନସ ୧୩୦ ଡିଗ୍ରୀ ସେଲସିୟର ହେଉଛି । ଏହି ବ୍ୟାପକ ଅସମାନତା କାରଣରୁୁ ଚନ୍ଦ୍ରପୃଷ୍ଠରେ ସଙ୍କୋଚନ ଓ ପ୍ରସାରଣ ହେଉଛି । ଫଳରେ ଥର୍ମାଲ ମୁନକ୍ୱାକ ହେଉଛି । ୧୯୭୦ ଦଶକରେ ନାସାର ଆପୋଲ ୧୭ ମିଶନରେ ଚନ୍ଦ୍ରପୃଷ୍ଠରେ ରଖାଯାଇଥିବା ସିସମୋମିଟରରୁ ମିଳିଥିବା ତଥ୍ୟ ଆଧାରରେ ଗବେଷକ ଏହି ଦାବି କରିଛନ୍ତି । ଅନ୍ୟତମ ଗବେଷକ ଆଲେନ ହୁସ୍କର କହିଛନ୍ତି ପ୍ରତ୍ୟକ ଦିନ ସକାଳେ ଲ୍ୟାଣ୍ଡର ସୌରତାପରେ ତାତିଥାଏ ଓ ସକ୍ରିୟ ହୋଇଥାଏ । ତାପଜନିତ ସମ୍ପ୍ରସାରଣ ଓ ସଙ୍କୋଚନକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଲ୍ୟାଣ୍ଡର ଓ ମିଶନ ପାଇଁ ସ୍ୱତନ୍ତ୍ରର ଉପକରଣ ବନାଇବାକୁ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି ।