ମନ ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ: ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଋଷି ସୁନକଙ୍କ ଫଟୋ ହେଉଛି ଭାଇରାଲ

213

କନକ ବ୍ୟୁରୋ: ସୋସିଆଲ ମିଡିଆରେ ବର୍ତମାନ ଏଭଳି କିଛି ଫଟୋ ବେଶ ଭାଇରାଲ ହେଉଛି । ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏହି ଫଟୋଗୁଡିକ କେବଳ ଚର୍ଚ୍ଚା ପରିସରକୁ ଆସିନି ବଂର ଲୋକଙ୍କ ମନକୁ ବେଶ ଛୁଇଁଛି । ନିକଟରେ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀରେ ପତ୍ନୀ ଅକ୍ଷତାଙ୍କ ସହ ପହଁଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ବିମାନବନ୍ଦରରେ ପହଁଚିବାଠୁ ନେଇ କାର୍ଯ୍ୟକ୍ରମ ସ୍ଥଳରେ ତାଙ୍କର ବ୍ୟବହାର, ଗଣମାଧ୍ୟକୁ ଦେଇଥିବା ପ୍ରତିକ୍ରିୟା, ଭାରତ ପ୍ରତି ଥିବା ତାଙ୍କର ଭଲପାଇବା ଓ ସମ୍ମାନ କଥା କହି ବେଶ ଚର୍ଚ୍ଚା ସାଉଁଟିଥିଲେ ଋଷି ସୁନକ । ପରେ ପତ୍ନୀ ଅକ୍ଷତାଙ୍କ ସହ ଅକ୍ଷରଧାମ ମନ୍ଦିର ଯିବାଠୁ ନେଇ ସେଠାରେ କରିଥିଲେ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଏହା ଭିତରେ ବାଙ୍ଗାଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଋଷିଙ୍କ କଥାବାର୍ତା ଏହି ଫଟୋ ବେଶ ଚର୍ଚ୍ଚା ସାଉଁଟୁଛି । ଚେୟାର ଉପରେ ଶେଖ ହସିନା ବସିଥିବାବେଳେ ଋଷ ଚଟାଣରେ ଆଣ୍ଠୁୁ ମାଡି ବସି ତାଙ୍କ ସହ କଥା ହେଉଥିବା ସମୟର ଏହି ଫଟୋ କେବଳ ତାଙ୍କର ସରଳତାକୁ ବଖାଣୁନି ବଂର ବିନମ୍ରତାକୁ ପ୍ରକାଶ ମଧ୍ୟ କରିଛି ।ସୋସିଆଲ ମିଡିଆ ୟୁଜରର୍ସ ଏହି ଫଟୋକୁ ଖୁବ ପସନ୍ଦ କରିଛନ୍ତି । ଋଷି ସୁନକଙ୍କ ପ୍ରଂଶସା କରିବା ସହ ଜୀବନରେ ସଫଳତା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ୮ ତାରିଖ ଦିଲ୍ଲୀରେ ପହଁଚିବାପରେ ମଜାକ ମଜାକରେ ଋଷି କହିଥିଲେ ଭାରତର ଜ୍ୱାଇଁଭାବେ ଭାରତକୁ ଆସିବା ତାଙ୍କ ପାଇଁ ନିଆରା ଅନୁଭୂତି । ଜଣେ ହିନ୍ଦୁଭାବେ ବେଶ ଗର୍ବ ଅନୁଭବ କରନ୍ତି ।

ଭାରତ ଆସିବା ସମୟରେ ସ୍କୁଲ ପିଲାଙ୍କଠୁ ନେଇ ପ୍ରଂଶସକଙ୍କୁ ଭେଟିଥିଲେ ଉଭୟ ଅକ୍ଷତା ଓ ଋଷି ସୁନକ । କେବଳ ଋଷି ନୁହେଁ ତାଙ୍କ ପତ୍ନୀ ଅକ୍ଷତାଙ୍କୁ ମଧ୍ୟ ଭାରତରେ ବେଶ ଭଲପାଇବା ମିଳିଛି । ଦିଲ୍ଲୀରେ ପହଁଚିବାପରେ ଅକ୍ଷତାଙ୍କୁ ପାରମ୍ପାରିକ ଭାରତୀୟ ପୋଷାକରେ ଦେଖିବାକୁ ମିଳିଥିଲା । ଶାଡି ପରିଧାନ କରି ରାତ୍ରୀ ଭୋଜନରେ ଯୋଗ ଦେବା ସହ ପ୍ରତ୍ୟାବର୍ତନ ଦିନ ମଧ୍ୟ ଶାଡି ପିନ୍ଧି ବିଟ୍ରେନ ଫେରିଥିଲେ । ନିକଟରେ ଭାରତ ୧୮ତମ ଜି-୨୦ ଶିଖର ସମ୍ମିଳନୀ ସଫଳତା ପୂର୍ବକ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ସଦସ୍ୟ ରାଷ୍ଟ୍ରନେତା ପହଁଚିଥିଲେ । ଦୁଇ ଦିନିଆ କାର୍ଯକ୍ରମରେ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ କ୍ୟାମେରାରେ କଏଦ ହୋଇଛି । ଏହା ଭିତରେ ସବୁଠୁ ଅଧିକ ଧ୍ୟାନ ଆର୍କଷଣ କରିଛନ୍ତି ବିଟ୍ରେନ ପ୍ରଧାନମନ୍ତ୍ରୀ ।