ମିଳିଲା ଝାରସୁଗୁଡ଼ା ନିଖୋଜ ନାବାଳକର ଠିକଣା : ଗତ ଶୁକ୍ରବାର ଠାରୁ ଥିଲେ ନିଖୋଜ

445

କନକ ବ୍ୟୁରୋ : ଝାରସୁଗୁଡାରୁ ନାବାଳକ ନିଖୋଜ ହେବା ଘଟଣା । ଛତିଶଗଡ ବିଳାସପୁରରୁ ଠାବ ହେଲେ ନିଖୋଜ ନାବାଳକ । ଛତିଶଗଡ ଚାଇଲ୍ଡ ହେଲ୍ପଲାଇନ୍ ପାଖରେ ପିଲା ଅଛି । ବୁରାମାଲ ଅଞ୍ଚଳର ଏହି ନାବାଳକଙ୍କ ମା’ ଅସୁସ୍ଥ ଥିବା ବେଳେ ପରିବାର ଲୋକେ ସମସ୍ତେ ହସପିଟାଲରେ ଥିଲେ । ନାବାଳକ ଜଣକ ନିଜ ଘରେ ଥିଲେ । ତେବେ ନିଖୋଜ ହେବା ଦିନ ବାହାରେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତାପରଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଘଟଣାକୁ ନେଇ ଗତକାଲି ଝାରସୁଗୁଡ଼ା ଟାଉନ ଥାନାରେ ଏତଲା ଦିଆଯାଇଥିଲା ।