ମଧ୍ୟବିତଙ୍କ ଉପରେ ପଡିପାରେ ମହଙ୍ଗା ମାଡ । ଆୟକର ସୀମା ବୃଦ୍ଧି କରିପାରନ୍ତି ମୋଦି ସରକାର । ୫ଟି ସ୍ଲାବ ଓ ୩୫ ପ୍ରତିଶତ ଯାଏଁ ଆୟକର ପ୍ରସ୍ତାବ ଦେଲା ଡିଟିସି ଟାସ୍କ ଫୋର୍ସ ।

1,259

କନକ ବ୍ୟୁରୋ : ଆୟକର ସୀମାରେ ପରିବର୍ତନ ନେଇ ସରକାରଙ୍କୁ ପ୍ରସ୍ତାବ ଦେଇଛି ଡାଇରେକ୍ଟ ଟାକ୍ସ କୋଡ୍ ପାଇଁ ଗଠିତ ହୋଇଥିବା ଟାସ୍କ ଫୋର୍ସ । ଏଥିରେ ଆୟକର ଦାତାଙ୍କ ପାଇଁ ୫ଟି ନୂଆ ସ୍ଲାବ ପ୍ରସ୍ତାବ ରହିଛି । ବାର୍ଷିକ ଅଢେଇ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ ଟାକ୍ସ ବ୍ୟବସ୍ଥା କରିବାକୁ ଟାସ୍କ ଫୋର୍ସ ପ୍ରସ୍ତାବ ଦେଇଛି । ସେହିପରି ବାର୍ଷିକ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ଉପରେ ୩୦ ପ୍ରତିଶତ ବଦଳରେ ୨୦ ପ୍ରତିଶତ ଟାକ୍ସ ବ୍ୟବସ୍ଥା ପ୍ରସ୍ତାବ ରହିଛି । ତେବେ ୫ ଲକ୍ଷ ଯାଏଁ ଆୟ ଉପରେ ଟାକ୍ସ ଫ୍ରି କରିବାକୁ ପ୍ରସ୍ତାବ ଦେଇଛି ଟାସ୍କ ଫୋର୍ସ ।

ଆୟକର ପାଇଁ ୫ଟି ନୂଆ ସ୍ଲାବ ! ପ୍ରସ୍ତାବ ଦେଲା ଡିଟିସି ଟାସ୍କ ଫୋର୍ସ ।

ବାର୍ଷିକ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ଶୂନ ପ୍ରତିଶତ ଟାକ୍ସ ଅର୍ଥାତ୍ କୌଣସି ଆୟକର ଦେବାକୁ ପଡିବ ନାହିଁ ।

ବାର୍ଷିକ ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କା ସ୍ଲାବ ବଦଳରେ ୧୦ ଲକ୍ଷ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏବଂ ଏଥିପାଇଁ ୧୦ ପ୍ରତିଶତ ଟାକ୍ସ ବ୍ୟବସ୍ଥା କରିବାକୁ ଟାସ୍କ ଫୋର୍ସ ପ୍ରସ୍ତାବ ଦେଇଛି । ତେବେ ୫ ଲକ୍ଷ ଯାଏଁ ଆୟ ଉପରେ ଟାକ୍ସ ଫ୍ରି କରିବାକୁ ପ୍ରସ୍ତାବ ଦିଆଯାଇଛି ।

ପ୍ରସ୍ତାବିତ ଆୟକର ତୃତୀୟ ସ୍ଲାବ ପାଇଁ ବାର୍ଷିକ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ରଖାଯାଇଛି । ଏଥିପାଇଁ ୨୦ ପ୍ରତିଶତ ଟାକ୍ସ ବ୍ୟବସ୍ଥା ରହିଛି ।

ଚତୁର୍ଥ ସ୍ଲାବରେ ବାର୍ଷିକ ୨୦ ଲକ୍ଷରୁ ୨ କୋଟି ଟଙ୍କା ଆୟ ରଖାଯାଇଛି । ଏଥିପାଇଁ ୩୦ ପ୍ରତିଶତ ଟାକ୍ସ ଦେୟ ବ୍ୟବସ୍ଥା ପ୍ରସ୍ତାବ ଦିଆଯାଇଛି ।

ପଂଚମ ସ୍ଲାବରେ ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଆୟ ଥିବା ବେଳେ ଏଥିପାଇଁ ୩୫ ପ୍ରତିଶତ ଟାକ୍ସ ବ୍ୟବସ୍ଥା ପ୍ରସ୍ତାବ ଦିଆଯାଇଛି ।

ତେବେ ଆସନ୍ତୁ ଜାଣିବା ନୂଆ ନିୟମରେ କଣ ମିଳିବ ଲାଭ ? କରଦାତାଙ୍କୁ କଣ ମିଳିବ ସୁବିଧା ?

ବାର୍ଷିକ ୫ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଆୟକର ନାହିଁ ।

୫ ଲକ୍ଷରୁ ୧୦ ଲକ୍ଷ ଆୟକାରୀ ବାର୍ଷିକ ୧୦ ପ୍ରତିଶତ ଆୟକର ଦେବେ । ଫଳରେ \nଜଣେ ବ୍ୟକ୍ତି ସର୍ବାଧିକ ବାର୍ଷିକ ୩୭ ହଜାର ୫ଶହ ଟଙ୍କା ସଂଚୟ କରିପାରିବେ ।

୧୦ ଲକ୍ଷରୁ ୨୦ ଲକ୍ଷ ଉପରେ ବର୍ତମାନ ୩୦ ପ୍ରତିଶତ ଆୟକର ଦେଉଥିବା ବେଳେ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ୨୦ ପ୍ରତିଶତ ଆୟକର ଲାଗୁ ହେବ । ଫଳରେ କରଦାତାଙ୍କୁ ଲକ୍ଷେ ଟଙ୍କା ଯାଏଁ ଲାଭ ମିଳିବ ।

ଚତୁର୍ଥ ସ୍ଲାବକୁ ଗ୍ରହଣ କରାଗଲେ , ବାର୍ଷିକ ୨ କୋଟି ଟଙ୍କା ଆୟ କରୁଥିବା ଆୟକର ଦାତା ସାଢେ ୮ ଲକ୍ଷ ଟଙ୍କା ଲାଭ ପାଇପାରିବେ ।

ଡାଇରେକ୍ଟ ଟାକ୍ସ କୋଡ୍ ପାଇଁ ନଭେମ୍ବର ୨୦୧୭ରେ ଏକ ଟାସ୍କ ଫୋର୍ସ ଗଠନ ହୋଇଥିଲା । ବର୍ତ୍ତମାନ ପ୍ରଚଳିତ ଆୟକର ବ୍ୟବସ୍ଥାର ଅନୁଧ୍ୟାନ କରି ଦେଶର ଅର୍ଥନୀତି ଆବଶ୍ୟକ କରୁଥିବା ଏକ ନୂଆ ପ୍ରତ୍ୟକ୍ଷ କର ଆଇନ୍ ପ୍ରଣୟନ ପାଇଁ ଟାସ୍କ ଫୋର୍ସ କାମ କରୁଥିଲା । ଅଗଷ୍ଟ ୧୯ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯାଇସାରିଛି । ତେବେ ଏହାକୁ ସାର୍ବଜନୀନ କରିନାହାନ୍ତି ସରକାର ।