କୃଷିଭିତିକ ଗଣପର୍ବ “ନୂଆଖାଇ”କୁ ନେଇ ଉତ୍ସବ ମୁଖର ସାରା ପଶ୍ଚିମ ଓଡ଼ିଶା । ଚାଲିଛି ଜୋରଦାର ପ୍ରସ୍ତୁତି, ନୂଆଖାଇ ଆଣିଛି ନୂଆ ଉନ୍ମାଦନା ।

425

କନକ ବ୍ୟୁରୋ : କୃଷିଭିତିକ ପର୍ବ ନୂଆଖାଇକୁ ନେଇ ଉତ୍ସବ ମୁଖର ସାରା ପଶ୍ଚିମ ଓଡ଼ିଶା । ଗାଁଠୁ ସହର ଚଳଚଂଚଳ । ନୂଆଖାଇ ପର୍ବକୁ ଧୁମ୍ଧାମରେ ପାଳନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବଜାରରେ ନୂଆଧାନ ବିକ୍ରି ହେବା ସହ ଅନ୍ୟାନ ଜିନିଷ କିଣିବାକୁ ଲାଗିଲାଣି ଭିଡ଼ ।

ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହେବା ପରେ ଚଳଚଂଚଳ ପୁରା ପଶ୍ଚିମ ଓଡ଼ିଶା । ନୂଆଧାନ ଓ ନୂଆ ମାଣ କିଣିବାକୁ ବଜାରରେ ଭିଡ଼ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ସମୟ ସ୍ଥିର ହେବା ପରେ କୁଚିଣ୍ଡାରେ ବେଶ ଉତ୍ସାହ । ନୂଆଖାଇ ପଶ୍ଚିମ ଓଡିଶାର କୃଷିଭିତିକ ପର୍ବ ହୋଇଥିବାରୁ ନୂଆ ଧାନ ଅମଳ କରି ବଜାରରେ ବିକ୍ରି କରୁଛନ୍ତି ଚାଷୀ । ନୂଆ ଧାନ, ନୂଆ ହାଣ୍ଡି, ନୂଆ କୁଲା, ପାଛିଆ କିଣାରେ ବ୍ୟସ୍ତ ପଶ୍ଚିମ ଓଡିଶାବାସୀ ।

ବଜାରରେ ନୂଆଖାଇ ଭିଡ । ନୂଆଖାଇ ଆଣିଛି ନୂଆ ଉନ୍ମାଦନା । ଜମି ଗଲାଣି ନୂଆଖାଇ ମେହେଫିଲ୍ । ଗଣପର୍ବ ନୂଆଖାଇ ପାଇଁ ନୂଆ ଗୀତର ପ୍ରସ୍ତୁତି । ନୂଆଖାଇକୁ ଆଧାର କରି ସମ୍ବଲପୁରୀ ଗୀତ ପ୍ରସ୍ତୁତିରେ ଲାଗିଛନ୍ତି କଳାକାର । ଗୀତ ରେକର୍ଡିଂ ପାଇଁ ଷ୍ଟୁଡିଓରେ ଲାଗିଛି ଭିଡ । ଆଉ କୁଚିଣ୍ଡାର କଳାକାର ନିଜକୁ କରିଛନ୍ତି ପ୍ରସ୍ତୁତ । ପଶ୍ଚିମ ଓଡିଶା ବାସୀଙ୍କୁ ସମ୍ପର୍କର ଡୋରୀରେ ବାନ୍ଧି ରଖିିଛି ଏହି ମହାନ କୃଷିଭିତିକ ଗଣପର୍ବ “ନୂଆଖାଇ” ।