ବିଦ୍ୟୁତ ଚୋରିକୁ ଧରିବ ଡ୍ରୋନ୍: ବାଲେଶ୍ୱର ସୋରରେ ଟାଟା ପାୱାର କଲା ପରୀକ୍ଷାମୂଳକ ଉଡାଣ

210

କନକ ବ୍ୟୁରୋ: ଏଣିକି ସହଜ ହେବ ମିଟର ରିଡିଂ । ରୋକାଯାଇପାରିବ ବିଦ୍ୟୁତ ଚୋରି । ଏସବୁ ରୋକିବାକୁ ଡ୍ରୋନର ପରୀକ୍ଷାମୂଳକ ଉଡାଣ ଆରମ୍ଭ କରିଛି ଟାଟା ପାୱାର । ସୋର ଡିଭିଜନ ମଙ୍ଗଳପୁର ଶ୍ରୀନିବାସ ପଡିଆରେ ପ୍ରଥମ କରି ବିଦ୍ୟ୍ରୁତ ମିଟର ରିଡିଂ ଓ କିଭଳି ଚୋର ଧରାଯାଇପାରିବ ସେ ନେଇ ପରୀକ୍ଷାମୂଳକ ଭାବେ ଡ୍ରୋନ୍ ଉଡାଯାଇଥିଲା । ୧୦ କିଲୋମିଟର ପରିଧି ମଧ୍ୟରେ ମିଟର ରିଡିଂ କରିବା ସହିତ ଆକାଶରେ ୮୦କିଲୋମିଟର ଦୂରତାରେ ରହି ମଧ୍ୟ ଏହି ଡ୍ରୋନ୍ ସବୁ ଅନୁଧ୍ୟାନ କରିପାରିବ । ଏହି ଡ୍ରୋନ୍ ଦ୍ୱାରା ଜଙ୍ଗଲ, ଅନ୍ଧାରୁଆ , ଜଳ ଘର ଭିତରେ ରହିଥିବା ମିଟରରୁ ଜିପିଏସ୍ ସହାୟତାରେ ସଠିକ୍ ମିଟର ରିଡିଂ କରିବାର କ୍ଷମତା ରହିଛି । ଆଜି ପରୀକ୍ଷାମୂଳକ ଭାବେ ମଧ୍ୟ ଡ୍ରୋନ୍ଟି କିଛି ପଂଚାୟତରେ ସଫଳ ଭାବେ ମିଟର ରିଡିଂ କରିଥିଲା । ପରବର୍ତୀ ସମୟରେ ଏହି ଡ୍ରୋନ୍କୁ ସମସ୍ତ ଅଂଚଳରେ ବ୍ୟବହାର କରାଯିବାକୁ ଥିବା ବେଳେ ବିଦ୍ରୁତ ଚୋରି ରୋକିବାକୁ ମଧ୍ୟ ନିୟୋଜିତ କରାଯିବ ।