ଅଧାରେ ପଡିଛି ପ୍ରକଳ୍ପ କାମ: ୧୫ ବର୍ଷ ପରେ ବି ସରିପାରୁନି ମହେନ୍ଦ୍ର ତନୟା ନଦୀ ଉପରେ ଦୁଇ ପ୍ରକଳ୍ପ

92

କନକ ବ୍ୟୁରୋ: ଅଧାରେ ପଡିଛି ପ୍ରକଳ୍ପ କାମ । ବ୍ୟୟ ଅଟକଳ ହୋଇସାରିଥିଲେ ବି କାମ ସରିବାର ନାଁ ନେଉନି । ବର୍ଷକ ମଧ୍ୟରେ କାମ ସାରିବାକୁ ପ୍ରତିଶ୍ରୁତି ମିଳିଥିଲେ ବି ୧୫ ବର୍ଷ ହେଲାଣି ଶେଷ ହେଉନି କାମ । ଗଜପତି ରାୟଗଡ ବ୍ଳକର ଡମ୍ବାପୁର ଓ ଚମ୍ପାପୁରରେ ମହେନ୍ଦ୍ର ତନୟା ନଦୀ ଉପରେ ନିର୍ମାଣ ହେବ ଏହି ଦୁଇ ପ୍ରକଳ୍ପ । ଗୋଟିଏ ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଥିବା ବେଳେ ଚମ୍ପାପୁର ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ଗୋଟିଏ ପ୍ରକଳ୍ପ ପାଇଁ ୯ କୋଟିରୁ ନେଇ ୩୨ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇସାରିଲାଣି । ହେଲେ କାମର ନାଁ ନାହିଁ । ସେପଟେ ଗଜପତିରେ ଥିବା ମହେନ୍ଦ୍ରତନୟା ନଦୀର ଦିଗ ପରିବର୍ତନ କରି ସମସ୍ତ ପାଣି ଲୁଟିନେବାକୁ ଆନ୍ଧ୍ର ଚକ୍ରାନ୍ତ କରିବା ସହ ରେଗୁଲୁପାଡୁରେ ପ୍ରକଳ୍ପ କାମ ଜାରିରଖିଛିି । ଏହି ପ୍ରକଳ୍ପ କାମ ସମ୍ପୁର୍ଣ୍ଣ ହୋଇଗଲେ ପାରଳାଖେମୁଣ୍ଡିରେ ଉକ୍ରଟ ଜଳ ସମସ୍ୟା ଉପୁଜିବ । ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେବେ । ଆନ୍ଧ୍ର ଜୋରଦାର ତାର ପ୍ରକଳ୍ପ କାମ ଚଳାଇଥିବା ବେଳ ଏପଟେ ଆନ୍ଧ୍ରକୁ ଜବାବ ଦେବାକୁ ତିଆରି କରାଯାଉଥିବା ପ୍ରକଳ୍ପ କିନ୍ତୁ ସରିପାରୁନି । ଆନ୍ଧ୍ରକୁ କଡା ଜବାବ ଦେବାକୁ ମୁଖ୍ୟମନ୍ତ୍ରୀ ଡମ୍ବପୁର ଓ ଚମ୍ପାପୁର ଦୁଇ ପ୍ରକଳ୍ପର ଶୁଭ ଦେଇଥିଲେ । ହେଲେ ଶୁଭ ଦେଇ ଚୁପ ହୋଇ ବସିଛି ପ୍ରଶାସନ । ଗୋଟିଏ ପଟେ ପ୍ରକଳ୍ପକୁ ଚାଷୀ ଚାତକ ଭଳି ଅପେକ୍ଷା କରିଥିବା ବେଳେ ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି ।