ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାର ବିବାଦ ପରେ ସ୍ପଷ୍ଟିକରଣ ରଖିଲେ କାମିୟା ଜାନି । କହିଲେ, ସେ କେବେବି ଖାଇନାହାଁନ୍ତି ଗୋମାଂସ ।

829

କନକ ବ୍ୟୁରୋ: ଜଗନ୍ନାଥ ସଂସ୍କୃତିର ପ୍ରସାରପ୍ରଚାରକୁ ନେଇ ବିବାବ ପରେ ମୁହଁ ଖୋଲିଛନ୍ତି ୟୁ-ଟ୍ୟୁବର କାମିଆ ଜାନି । କହିଛନ୍ତି ସେ ଜଣେ ହିନ୍ଦୁ । ସେ କେବେବି ଗୋମାଂସ ଖାଇନାହାଁନ୍ତି ଅବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା । ଭାରତର ସଂସ୍କତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରି ଭୁବନେଶ୍ୱର ଓ ନୟାଗଡ଼ରେ ପ୍ରତିବାଦ କରାଯଇଛି । ଗୋ-ମାଂସର ପ୍ରଚାର କରୁଥିବା ବ୍ଳଗରଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଓ ମହାପ୍ରସାଦର ପ୍ରସାର ପ୍ରଚାର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ କଳି ଚାଲିଛି ।