ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖଙ୍କ ଆଉ ଏକ ଫିଲ୍ମ । ଆଜି ରିଲିଜ୍ ହେଉଛି ‘ଡଙ୍କି’

146

କନକ ବ୍ୟୁରୋ: ତିନି ମାସରେ ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖ୍ ଖାନଙ୍କ ଆଉ ଏକ ଫିଲ୍ମ । ପ୍ରଥମେ ପଠାନ, ପରେ ଜୱାନ ଓ ଆଉ ଏବେ ଡଙ୍କି । ଆଜି ଶାହାରୁଖଙ୍କ ବହୁପ୍ରତୀକ୍ଷିତ ଡଙ୍କି ଫିଲ୍ମ ରିିଲିଜ୍ ହେଉଛି । ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ସରିଛି । ବୁଧବାର ସୁଦ୍ଧା ସିନେମା ‘ଡଙ୍କି’ର ପ୍ରାୟ ୪ଲକ୍ଷ ଟିକେଟ ଆଡଭାନ୍ସ ବୁକିଂରେ ହୋଇଛି । ୧୨କୋଟି ଟଙ୍କାର ଟିକେଟ ବିକ୍ରି ସରିଥିବା ନେଇ ସୂଚନା ମିିିଳିଛି । ଚଳିତ ବର୍ଷ କ୍ୟାରିୟରର ଶ୍ରେଷ୍ଠ ସଫଳତା ପାଇଥିବା ଶାହରୁଖଙ୍କ ପାଇଁ ଡଙ୍କି ମଧ୍ୟ ଆଉ ଏକ ବ୍ଲକବ୍ଲଷ୍ଟର ସାବ୍ୟସ୍ତ ହେବା ନେଇ ଆଶାବାଦୀ ଅଛନ୍ତି ଫ୍ୟାନ । ଫିଲ୍ମ ଦେଖିବା ପାଇଁ ପ୍ରତି ହଲରେ ଫ୍ୟାନଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୁନ୍ନା ଭାଇ ଏମ୍ବିବିଏସ୍ ଫେମ୍ ରାଜକୁମାର ହିରାନୀ । ପ୍ରଥମଥର ରାଜୁଙ୍କ ଫିଲ୍ମରେ ନଜର ଆସିଛନ୍ତି ଶାହରୁଖ । ତାଙ୍କ ବ୍ୟତୀତ ଅଭିନେତ୍ରୀ ତାପସୀ ପନ୍ନୁ, ଭିକି କୌଶଲ, ବୋମନ ଇରାନୀ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ ଚକ୍ରବର୍ତୀ ।